ad
କେନ୍ଦୁଝର

ଇଞ୍ଚୋଳ, ପଞ୍ଚୁଗୋଛିଆ ଓ ଅକରୁଆରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ

ହାଟଡ଼ିହି-୨୦/୩ (ଓଡ଼ିଆ ପୁଅ): ବିଜୁ ଜନତା ଦଳ ପକ୍ଷରୁ ହାଟଡିହି ବ୍ଲକର ଇଞ୍ଚୋଳ, ପଞ୍ଚୁଗୋଛିଆ ଓ ଅକରୁଆ ପଞ୍ଚାୟତରେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଇଞ୍ଚୋଳ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲ ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ତଥା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସାବିତ୍ରୀ ସେଠୀ, ବ୍ଲକ ବିଜେଡି ସମ୍ପାଦକ ଅଭିମନ୍ୟୁ ସେଠୀ, ଯୁବ ବିଜେଡି ନେତା ତାପସ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହିତ ଏହି କାର୍ଯ୍ୟକ୍ରମର ଳକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବିହିତ କରିଥିଲେ। ସୁକାନ୍ତୀ ପଣ୍ଡା, ହେମଲତା ପଣ୍ଡା, ମାତାଜି ଜେନା, ସୀତାରାଣୀ ପରିଡା, ତିଳୋତ୍ତମା ନାୟକ, ତପସ୍ୱିନୀ ନାୟକ, ପ୍ରେମଲତା ନାୟକ, ଟୁନା ମହାପାତ୍ର, ପୁର୍ଣ୍ଣିମା ମହାପାତ୍ର, ପ୍ରଭାତୀ ବେହେରା, ଭାନୁମତୀ ନାୟକ, କୌଶଲ୍ୟା ଦାୟକ, ତୁଳସୀ ନାୟକ, ଛବିଲତା ବିଶ୍ୱାଳ, ପ୍ରମିଳା ସ୍ୱାଇଁ, ବାସନ୍ତୀ ନାୟକ, ଅପୁର୍ବ ନାୟକ, ଲକ୍ଷ୍ମୀ ଜେନାଙ୍କ ସମେତ ଶତାଧିକ ମହିଳା ଗ୍ରାମ ପରିକ୍ରମା କରିବା ସହିତ ଘର ଘର ବୁଲି ମହିଳା ମାନଙ୍କୁ ବିଜେଡି ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନ କରାଇବା ସହିତ ବିଜେଡି ସରକାରଙ୍କ ଯୋଜନାର ଉତ୍କର୍ସତା ସମ୍ପକରେ ମତଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବବାହିନୀର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ। ସେହିପରି ପଞ୍ଚୁଗୋଛିଆର ବଳଭଦ୍ରପୁର, ବରଡି, ତରଭା ଓ ପଞ୍ଚୁଗୋଛିଆ ଗ୍ରାମରେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁର୍ବତନ ସରପଞ୍ଚ କାମିନୀ ମଲ୍ଲିକ, ପୁର୍ବତନ ସମିତିସଭ୍ୟ ପ୍ୟାରୀମୋହନ ମଲ୍ଲିକ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଘର ଘର ବୁଲି ବିଜେଡି ସରକାରଙ୍କ ଜନହୀତକର ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଇ ସେମାନଙ୍କ ମତାମତ ଗୁଡିକୁ ବାକ୍ସ ମଧ୍ୟରେ ଗ୍ରହଣ କରିଥିଲେ। ଏଥିରେ ପାଞ୍ଚଶହରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ। ସେହିପରି ଅକରୁଆ ପଞ୍ଚାୟତରେ ବିଧାୟକ ମାୟାଧର ଜେନା, ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଅକରୁଆ ସରପଞ୍ଚ କୌଶଲ୍ୟା ସେଠୀ ପ୍ରମୁଖ ଯୋଗଦେଇ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଇ ମତଦାନ ବାକ୍ସରେ ମତାମତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ୮୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇଥିବାବେଳେ ବିଜୁ ଯୁବବାହିନୀର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top