ଓଡ଼ିଶା

ଇଞ୍ଚୋଳ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ସପଥ, ଗାଁ ଗାଁ ବୁଲି କଲେ ସଚେତନ

ହାଟଡ଼ିହି, ୧୮/୧୧/ ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାତକୁ ନିଶାମୁକ୍ତ କରିବାକୁ ପଞ୍ଚାୟତ ବାସୀ ସପଥ ହୋଇଛନ୍ତି । ନିଶା ସେବନ ଦ୍ୱରା ପଞ୍ଚାୟତର ଇଞ୍ଚୋଳ, ଭୁତପଦା, ଅପସର, ଧାନଘର, ଓସ୍ତପାଳ ପ୍ରଭୃତି ଗାଁରେ ଦୈନିକ ଛୋଟ ବଡ ହିସାଂକାଣ୍ଡ ଘଟିବା ସହ ସବୁବେଳ ଅଶାନ୍ତି ଲାଗି ରହୁଛି । ସମଗ୍ର ପଞ୍ଚାୟତରେ ଏହାକୁନେଇ ଅରାଜକତା ଦେଖା ଦେଇଥିବାରୁ ଏକ ବିକଶିତ ଓ ନିଶାମୁକ୍ତ ପଞ୍ଚାୟତ ଗଠନ କରିବାକୁ ପଞ୍ଚାୟତବାସୀ ନିଷ୍ପତି ନେଇଛନ୍ତି । ଆଜି ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ସରପଞ୍ଚ ପାର୍ବତୀ ନାଇକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ସରପଞ୍ଚ ପାର୍ବତୀ ନାଇକ, ସମ୍ପାଦକ ଭାବେ ପ୍ରମୋଦ ନାୟକ, ବିଦ୍ୟାଧର ବିଶ୍ୱାଳ, ରଙ୍ଗାଧର ମଲ୍ଲିକ, ଅନାଦି ମହାରଣା, ନାରାୟଣ ନାୟକ, ଅଶୋକ କୁମାର ସୁଆର, ସନାତନ ନାୟକ, ପ୍ରଫୁଲ କୁମାର ଜେନା, ସଞ୍ଜିବ କୁମାର ନାୟକ, ନରେନ୍ଦ୍ର କୁମାର ସା, ସରୋଜ ସୁଆର, ଉଦ୍ଧବ କୁମାର ଜେନା, ଦେବବ୍ରତ ଜେନା, ଅଭିନ୍ନ ଜେନା, ଜଗନ୍ନାଥ ରାଉତ, ସୁଶିଲ କୁମାର ରାଉତ, ଶିବଶଙ୍କର ପରିଡା, ସନ୍ତୋଷ କୁମାର ପଣ୍ଡା, ନିରଞ୍ଚନ ନାୟକ, ତପନ ରାଉତ, ଅନ୍ନପୁର୍ଣ୍ଣା ଦାସ, ଶିବଶଙ୍କର ବାରିକ, ଜଗନ୍ନାଥ ନାୟକ, ଅମରେଶ ପାତ୍ର, କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଚୟନ କରାଯାଇଥିଲା । ଇଞ୍ଚୋଳ ଗ୍ରାମର ଶତାଧିକ ବିଜୁ ଯୁବ ବାହିନୀର ସଦସ୍ୟ ଇଞ୍ଚୋଳ ଗ୍ରାମକୁ ନିଶାମୁକ୍ତ କରିବାକୁ ସପଥ ନେଇଥିବାବେଳେ ଶହଶହ ମହିଳା ପଞ୍ଚାୟତ ପରିକ୍ରମା କରି ପଞ୍ଚାୟତକୁ ନିଶାମୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ପରେ ବିଜୁ ଯୁବ ବାହିନୀର ସଦସ୍ୟ, ପଞ୍ଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଗ୍ରାମର ବହୁ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ମାନେ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଇଞ୍ଚୋଳ ଗ୍ରାମରେ ତିନୋଟି ଓ ଭୁତପଦା ଗ୍ରାମରେ ଗୋଟିଏ ଚୋରା ମଦ ଦୋକାନ ଥିବାରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ସେମାନେ ଚେତବନୀ ଦେଇଛନ୍ତି । ଯଦି ପୁନର୍ବାର ମଦ ବିକ୍ରୀ ହେଉଥିବା ଜାଣିବେ ତେବେ ଦୋକାନକୁ ଭାଙ୍ଗି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

1 Comment

1 Comment

  1. Jagamohan swain

    November 18, 2018 at 4:58 pm

    Thanks my villages

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top