ଇଛୁକ ମହିଳା ହବିଷ୍ୟାଳିମାନେ ୨୫ ତାରିଖ ସୁଦ୍ଧା ନାମ ପଞିକରଣ କରିବାକୁ ଆହ୍ୱାନ

କୋରାପୁଟ ; ତା୧୨-୦୯-୧୭(ଓଡିଆପୁଅ/ରଂଜନ କୁମାର ଦାସ)ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଆସନ୍ତା କାର୍ତିକମାସ ତା୬-୧୦-୧୭ରିଖଠାରୁ ତା ୦୪-୧୧-୧୭ରିଖ ପର୍ଯ୍ୟନ୍ତ ପୁରୀଠାରେ କାର୍ତିକ(ହବିଶ) କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସୁରକ୍ଷିତ ଭାବରେ ରହିବା ସହିତ ସ୍ୱଛ ପାନୀୟ ଜଳ,ସୈାଚାଳୟ ,ଶୟନ ନିମନ୍ତେ ବେଡସିଟ ଓ କମଳ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇଦିଆଯିବ ବୋଲି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।ଏହି ସୁବିଧା କେବଳ ମହିଳା ହବିଷ୍ୟାଳିଙ୍କ ନିମନ୍ତେ ଉପଲବ୍ଧ ହେବ ବୋଲି କୁହାଯାଇଛି ।ଦିବ୍ୟାଙ୍ଗ ହବିଷ୍ୟାଳିମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।ଚଳିତ ମାସ ତା୦୧-୦୯-୧୭ରିଖଠାରୁ ୨୫-୦୯-୧୭ତାରିଖ ମଧ୍ୟରେ ଇଛୁକ ହବିଷ୍ୟାଳି ନିଜର ନାମ କୋରାପୁଟ ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ସହକାରୀ ନିଦେ୍ର୍ଦଶକ ପୁରୀ ଫୋନ ନମ୍ବର ୦୬୭୫୨-୨୨୨୬୬୪ କିମ୍ବା ଇମେଲ ଗ୍ଧକ୍ଟଙ୍କକ୍ସସଗ୍ଦଗ୍ଧକ୍ଟଲଲସମରକ୍ଟ୍ରଙ୍କକ୍ସସଅଶଜ୍ଞବସକ୍ଷ.ମକ୍ଟଜ୍ଞ ରେ ପଞିକରଣ କରିପାରିବେ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି ।ଏଥି ନିମନ୍ତେ ୨ ଗୋଟି ପାସପୋଟ ସାଇଜ ଫଟୋ , ଆଧାରକାର୍ଡ /ଭୋଟର କାର୍ଡର ନକଲ ଦେବାକୁ କୁହାଯାଇଛି ।ଆବଶ୍ୟକ ଆବେଦନ ଫର୍ମ ଜିଲ୍ଲାର ସମସ୍ତ ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳ୍ୟରେ ମିଳିପାରିବ ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *