ଇଚ୍ଛାଶକ୍ତି ଓ ଆଶ୍ରିବାଦରେ ମଣିଷ ଶିର୍ଷସ୍ଥାନରେ ପହଞ୍ଚିପାରେ: ଗାଁ ଡ୍ରାମାରୁ ଓଲିଉଡ ଅଭିନେତା ‘ସୋମୁ’ଙ୍କ ସଫଳତା ଅନ୍ୟପାଇଁ ପାଲଟିବ ଉଦାହରଣ

ଯାଜପୁର-୧୩/୧(ଓଡିଆ ପୁଅ/ଏ.ରାଉତ) ଜଣେ ମେଧାବୀ ଛାତ୍ର ଉଚ୍ଛଶିକ୍ଷା ହାସଲକରି ସରକାରୀ ଚାକିରୀ କରିବାକୁ ଆଶା କରିଥିବା ବେଳେ ଅନେକ ଛାତ୍ରଛାତ୍ରୀ ଏହାକୁ ଅଗ୍ରାହ୍ୟକରି ସଂସ୍କୃତି ସଂମ୍ପର୍ଣ୍ଣ ରାଜ୍ୟରେ ଓଲିଉଡ କଳାକାଳ ହେବାକୁ ଇଚ୍ଛାକରି ସଫଳତା ହାସଲ କରିଥିବା ‘ସୋମୁ’ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ବିଚିତ୍ରାନନ୍ଦ ମହାପାତ୍ରଙ୍କଏକମାତ୍ର ପୁଅ ‘ସୋମୁ’ ପିତା ମାତାଙ୍କ ଆର୍ଶିବାଦ ତଥା ଗ୍ରାମର କେତେକ ଆଗୁଆ ଯୁବକମାନଙ୍କ ପ୍ରେରଣାରେ ଡ୍ରାମାରେ ପ୍ରଥମେ ଅଭିନୟ କରି ସମବେତ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ। ଧିରେଧିରେ କଳାପ୍ରତି ତାଙ୍କର ମନବଢ଼ିଥିଲା ଏବଂ ସ୍କୁଲ ଶିକ୍ଷା ସମୟରେ ଗାଁରେ ହେଉଥିବା ଡ୍ରାମାରେ ଅଭିନୟକରିବାକୁ ସୁଯୋଗ ପାଇଥିଲେ। ଯାଜପୁର ଜିଲା ବଡଚଣା ବ୍ଳକ ବନ୍ତଳା ଗ୍ରାମର ମେଧାବୀ ଛାତ୍ରୁ ଉଦିତଗୁରୁ (ସୋମୁ) ଜଣେ ମେଧାବୀ ଛାତ୍ର ଭାବେ ୨୦୦୫ ମସିହାରେ ଶତକଡା ୯୧ ପ୍ରତିଶତ ମାର୍କ ରଖି ମାଟ୍ରିକ ପାସ କରିବା ପରେ ଉଚ୍ଚଶିକ୍ଷା ପାଇଁ ପରିବାର ଲୋକେ ମନବଳାଇଥିଲେ ମଧ୍ୟ ସେ କିନ୍ତୁ କଳାକାଳ ଜଗତରେ ନିଜର ନାଁ ରଖିବାପାଇଁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ପାଠପଢ଼ିବାକୁ ଉଦ୍ୟମକରିଥିଲେ। ଏହାକୁ ସମର୍ଥନ ଦେଇଥିଲେ ତାଙ୍କ ପରିବାର। ଭୁବନେଶ୍ୱର ସଂଗୀତ ନାଟକ ମହାବିଦ୍ୟାଳୟରେ ବିଦ୍ୟାରମ୍ଭ କରି ଅଭିନୟରେ ସ୍ମାତକ ହାସଲ କରିଥିଲେ। ଅର୍ଥ ମୋହର ପଛରେ ନପଡି ଜଣେ ସଫଳ କଳାକାର ହେବାକୁ ଉଚ୍ଛା ରଖିଥିବା ସୋମୁ ଶେଷରେ ଏବେଜଣେ ଓଲିଉଡ କଳାକାର ଭାବେ ସମଗ୍ରରାଜ୍ୟରେ ବେଶ ପରିଚିତ ହୋଇପାରିଛନ୍ତି। ଟିଭି ଧାରାବାହିକ ସାହାନାଇରେ ନନ୍ଦୁ ଭୂମିକାରେ ଅଭିନୟ କରି ୨୦୧୪ ଓ ୨୦୧୬ ମସିହାରେ ତରଙ୍ଗ ଆସ୍ୱାର୍ଡ ପାଇଥିବା ସୋମୁ ଜଣେ ସଫଳ କଳାକାର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସଂଗୀତ ମହାବିଦ୍ୟାଳର୍ୟରେ ଅଭିନୟରେ ସ୍ମାତକ ହାସଲ କରିବା ପରେ ବିଭିନ୍ନ ମଞ୍ଚରେ ଏକଶହରୁ ଅଧିକ ଡ୍ରାମାରେ ଅଭିନୟ କରି ସଫଳତା ହାସଲ କରିବା ପରେ ପ୍ରଥମ ସିରିଏଲ ଟୋପାଏ ସିନ୍ଦୁରରେ ଅଭିନୟ କରିଥିଲେ ଏବଂ ପରେ ରାଜକନ୍ୟା, ପୋଲିସ ଫାଇଲରେ ଅଭିନୟକରିବା ପରେ ‘ସାହାନାଇ’ ଧାରାବାହିକରେ ନନ୍ଦୁ ଭୂମିକାରେ ଅଭିନୟ କରି ଅଧିକ ଲୋକ ପ୍ରିୟତା ହାସଲ କରିଥିଲେ। ପରେ ଚଳଚିତ୍ର ଲୋଫର, ଲଭପାଇଁ କୁଛଭି କରେଗା, ପ୍ରେମଗ୍ରନ୍ଥ ଆଦିରେ ଅଭିନୟକରିଛନ୍ତି। ଆଗାମୀ ଦିନରେ ଧାରାବାହିକ ‘ ବାଇଚଢ଼େଇ’ରେ ଅଭିନୟ କରିଛନ୍ତି ସେ, ତାଙ୍କର ଉଚ୍ଛାଶକ୍ତି ଓ ଗୁରୁଜନମାନଙ୍କ ଆଶ୍ରିବାଦ ତାଙ୍କୁ ଏତେବାଟକୁ ନେଇପାରିଛି ବୋଲି ସେନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଜଣେ ମେଧାବୀ ଯୁବକ ସରକାରୀ ଚାକିରୀ ପଛରେ ନଧାଇଁ ଓଲିଉଡ ଜଗତରେ ସୁନାମ ଅର୍ଜ୍ଜନ କରିବା ଅନ୍ୟମାନଙ୍କ ପାଇଁଉଦାହରଣ ପାଲଟିବ ବୋଲି ସାଧାରଣରେ ଆଲୋଚନାହେଉଛି।

Leave a Reply

Your email address will not be published. Required fields are marked *