ଅନୁଗୁଳ

ଇକୋ ପାର୍କ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଲେ ଜିଲ୍ଲାପାଳ

ଅନୁଗୋଳ, ୧୧/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ସହରସ୍ଥିତ ଶିକ୍ଷକପଡ଼ା ପୋଖରୀର ପୁନରୁଦ୍ଧାର କରାଯାଇ ଏହାର ଚତୁଃପାଶ୍ୱର୍ରେ ପ୍ରତିଷ୍ଠା ହେଉଥିବା ଇକୋ ପାର୍କ ନିର୍ମାଣ କାର୍ଯ୍ୟକୁ ଜିଲ୍ଲାପାଳ ଅନିଲ କୁମାର ସାମଲ ପରିଦର୍ଶନ କରିଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଶିକ୍ଷକପଡ଼ାଠାରେ ୭.୬୨ଏକର ପରିମିତ ଜାଗାରେ ଏକ ଅତ୍ୟାଧୁନିକ ପାର୍କ ପ୍ରତିଷ୍ଠା କରାଯିବା ସହ ପୁରୁଣା ପୋଖରୀର ପୁନରୁଦ୍ଧାର କରାଯାଇ ଜେଟି ବ୍ୟବସ୍ଥାସହ ବୋଟିଂ ସୁବିଧା ଉପଲବଧ କରାଯିବ। ଅନୁଗୋଳ ସହରରେ ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ଏହି ପୋଖରୀରେ ବୋଟିଂ ବ୍ୟବସ୍ଥା କରାଯିବ। ଛୋଟ ପିଲାମାନଙ୍କ ପାଇଁ ଏହି ପୋଖରୀ ପାଶ୍ୱର୍ରେ ଫୁଲ ବଗିଚା ନିର୍ମାଣ, ଦର୍ଶକମାନଙ୍କ ବସିବାପାଇଁ ଚୈାକି ସ୍ଥାପନ, ଆଲୋକିକରଣ, ରାସ୍ତା ଉନ୍ନତି କରଣ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଏତଦ୍ ବ୍ୟତୀତ ପାର୍କରେ ଏକ ରଙ୍ଗୀନ ୱାଟର ଫାଉଟେଂନ୍ ପ୍ରତିଷ୍ଠା କରାଯିବ। ଅନୁଗୋଳ ପୈାରପାଳିକା ଦ୍ୱାରା ୩ କୋଟି ୯୦ଲକ୍ଷ ବ୍ୟୟରେ ଆରମ୍ଭ ହେଉଥିବା ଏହି ପ୍ରକଳ୍ପର ୮୦ଭାଗ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ କାର୍ଯ୍ୟକୁ ଆଗାମୀ ୧ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାକୁ ଜିଲ୍ଲାପାଳ, ପୈାର ପାଳିକା ଅଧ୍ୟକ୍ଷ ଅକ୍ଷୟ ସାମନ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପାର୍କରୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଏହାର ସୈାନ୍ଦର୍ଯ୍ୟକରଣକୁ ତ୍ୱରାନ୍ୱିତ ଭାବେ କରାଯାଉଛି। ଏଥିପାଇଁ କୋଲକତାରୁ ଘାସ ଗାଲିଚା ଅଣାଯିବା ସହ ଫୁଲ ଚାରାରୋପଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ପାର୍କକୁ ଆସୁଥିବା ଲୋକେ ଯେପରି ସମସ୍ତ ଆନୁସାଙ୍ଗିକ ସୁବିଧା ପାଇପାରିବେ ସେଥିପାଇଁ ପ୍ରବେଶପଥରେ ଏହାକୁ ସଠିକ୍ ଭାବେ ଚିହ୍ନଟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଳ୍ଲାପାଳ ଶ୍ରୀନିବାସ ବେହେରା, ଅନୁଗୋଳ ଉପଜିଲ୍ଲାପାଳ ସରୋଜକାନ୍ତ ମହାନ୍ତିଙ୍କ ସମେତ ପୈାରପାଳିକାର କାର୍ଯ୍ୟକର୍ତା ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top