ଇଂରାଜୀ ବର୍ଷର ଶେଷଦିନରେ କୋରାପୁଟ ପ୍ରେସକ୍ଲବରେ ବନ୍ଧୁମିଳନ

କୋରାପୁଟ ; ତା୩୧-୧୨-୧୭(ଓଡିଆ ପୁଅ /ରଂଜନ କୁମାର ଦାସ) ଇଂରାଜୀ ବର୍ଷ ୨୦୧୭ର ଶେଷଦିନରେ କୋରାପୁଟ ପ୍ରେସକ୍ଲବରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି, ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତି ଏବଂ ସମସ୍ତ ସାମ୍ବାଦିକମାନଙ୍କ ପରିବାର ଯୋଗଦେଇଥିଲେ।ଏହି ଉତ୍ସବରରେ ଗୀତର ଆସର ଜମିଥିବା ବେଳେ ମହିଳାମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ପ୍ରେସକ୍ଲବର ପ୍ରଶାନ୍ତ ସାମାନ୍ତରାୟ, ଘନଶ୍ୟାମ ରଥ, ଅର୍ଜୁନ ଦାସ, ରଂଜନ କୁମାର ଦାସ, ଲକ୍ଷ୍ମି ପ୍ରସାଦ ରଥ, ପରିକ୍ଷିତ ବିଶ୍ୱାଲ, ଅମିତାଭ ବେହେରା, ପତିତପାବନ ସାହୁ, ଅରୁଣ କୁମାର ଦାସ, ବିଦ୍ୟାଧର ଚୋଧୁରୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *