ଇଂରାଜୀ ନବବର୍ଷ ପାଳନକୁ ଆଦିତ୍ୟ ବାହିନୀର ପ୍ରତିବାଦ

ପୁରୀ, ୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ଅପସଂସ୍କୃତିର ବାହାକ ଇଂରାଜୀ ନୂଆବର୍ଷ କୁ ଆମେ ସମସ୍ତେ ପାଳନ କରିବାକୁ ବ୍ୟସ୍ତ। କିନ୍ତୁ ଏହା ଦ୍ୱାରା ଆମେ ଆମ ସଂସ୍କୃତିର ଅବମାନା କରୁଛେ। ଏହାର ପ୍ରତିବାଦରେ ଆଦିତ୍ୟ ବାହିନୀର ସଦସ୍ୟ ମାନେ ବିଭିନ୍ନ ପ୍ଲାକାର୍ଡ ଧରି ସଂହଦ୍ୱାର ସମ୍ମୁଖରେ ବିରୋଧ କରିଥିଲେ ଏଥିସହ ଆମ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାପାଇଁ ନିବେଦନ କରିଥଲେ।ଏଥିରେ ଆଦିତ୍ୟ ବାହିନୀର ସଦସ୍ୟ ମାନେ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରାଥିଲେ। ଆଦିତ୍ୟ ବାହିନୀ ପକ୍ଷରୁ ଜିତେନ୍ଦ୍ର ମହାପାତ୍ର, ମନୋଜ ରଥ, ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ବହୁ ସଦସ୍ୟ ଓ ସଦସ୍ୟା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *