ଇଂରାଜୀ ତାଲିମ ଶିବିର ଉଦ୍ୟାପିତ

ଖଡିଆଳ/ନୂଆପଡା-୨୩.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ଠାରେ ଆଜି ହାଇସ୍କୁଲ ସ୍ତରର ଦଶ ଦିନିଆ ଇଂରାଜୀ ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି। ଓଡିଶା ମାଧ୍ୟମିକ ଶିକ୍ଷା ମିସନ ଆନୁକୂଲ୍ୟାରେ ନୂଆପଡା ଜିଲ୍ଲାର ହାଇସ୍କୁଲ ସ୍ତରର ଶିକ୍ଷକ ମାନଙ୍କ ଇଂରାଜୀ ଭାଷାରେ ଦକ୍ଷତା ଓ ପାରଦର୍ଶିତା ଦଶ ଦିନିଆ ତାଲିମ ଶିବିର ଖଡିଆଳ ସରକାରୀ ଉଚ୍ଚ ବାଳିକା ହାଇସ୍କୁଲରେ ଉଦଯାପନୀ ହୋଇଯାଇଛି। ଏଥରେ ତାଲିମ ପ୍ରଦାନ କରୁଥିବା ସାଧନକର୍ମୀ କାଳୀଚରଣ ଦୁବେ, ପ୍ରହାସିନୀ ପାଢୀ ଓ ଅଜିତ କୁମାର ସିଂହ ତାଲିମପ୍ରାପ୍ତ ଚାଳିଶଜଣ ଶିକ୍ଷାକ ମାନେ ଏହି ତାଲିମର ଉପକାରୀତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରୟୋଗ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ ଜିଲ୍ଲାର ପାଞ୍ଚଟି ବ୍ଲକରୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ତାଲିମ ନେଇଥିଲେ। ଶିକ୍ଷକମାନଙ୍କ ଦକ୍ଷତା ପାଇଁ ଏହି ତାଲିମ ଶିବିର ବେଶ ଉପାଦେୟତା ଥିଲା।

Leave a Reply

Your email address will not be published. Required fields are marked *