କୋରାପୁଟ

ଇଂରାଜୀବର୍ଷ ୨୦୧୮ର ୧ମଦିନରେ ଜିଲ୍ଲାପ୍ରଶାସନ ଅଧିକାରୀମାନଙ୍କ ଜଗନ୍ନାଥମନ୍ଦିର ପରିଦର୍ଶନ ; ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜଗନ୍ନାଥ ମନ୍ଦିରରେ ଦୀପ ଜାଳିଲେ ଜିଲ୍ଲାପାଳ

କୋରାପୁଟ ; ତା୦୧-୦୧-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଇଂରାଜୀବର୍ଷ ୨୦୧୮ର ୧ମ ଦିନରେ ଜଗନ୍ନାଥମନ୍ଦିରେ ଭକ୍ତମାନଙ୍କ ପ୍ରବଳ ଭିଡ ଜମିଥିବା ବେଳେ କୋରାପୁଟ ଜିଲ୍ଲାପ୍ରଶାସନର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜଗନ୍ନାଥମନ୍ଦିର ପରିଦର୍ଶନ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ଜିଲ୍ଲାପାଳ ଅନୁପମ ସାହା ଜଗନ୍ନାଥମନ୍ଦିରରେ ପହଂଚିବାପରେ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ସ୍ୱାଗତକରିଥିଲେ।ଏହାପରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜଗନ୍ନାଥ ମନ୍ଦିରରେ ଦୀପ ଜାଳି ଜିଲ୍ଲାପାଳ ଶ୍ରୀ ସାହା ୩ ଠାକୁରଙ୍କଠାରୁ ଆର୍ଶିବାଦ ଚାହିଁଥିଲେ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,  କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ,  କେବିକେ ଉପ-ପ୍ରଶାସକ ଏଚ.ଏନ.ସିଂ.ମାଝି, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର ପ୍ରମୁଖଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜଗନ୍ନାଥମନ୍ଦିର ପରିଦର୍ଶନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top