ଆୟ ବହିର୍ଭୂତ ସମ୍ପତି: ବନ କର୍ମଚାରୀ ଘରେ ଭିଜିଲାନ୍ସ ଚଢ଼ାଉ

ଚମ୍ପୁଆ/ରଞ୍ଜନ ପ୍ରଧାନ ୧୨-୯ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଚମ୍ପୁଆ ବନ ବିଭାଗର କର୍ମଚାରୀ ପଵିତ୍ର ନାଏକଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କେନ୍ଦୁଝର ବାଲେଶ୍ବର ଭିଜିଲାନ୍ସ ବିଭାଗର ମିଳିତ ଚଢ଼ାଉରେ ତାଙ୍କର ଘର ଓ କାର୍ଯ୍ୟାଳୟରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ବିଭାଗର ଛଅ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ଡିଏସପି ଡି.ଡି ସେଠଙ୍କ ତତ୍ବାବଧାନରେ ଏହି ଚଢ଼ାଉ କରାଯାଇଛି। ଚଢ଼ଉରେ ୮୯ ଲକ୍ଷ ୧୫ ହଜାର ୪୪୮ ଟଙ୍କାର ସମ୍ପତିର ମିଳିଛି। ସେଥିରେ ଚମ୍ପୁଆରେ ଦୁଇମହଲା ବିଶିଷ୍ଟ ଏକ କୋଠା, ଏବଂ ଏକ ମହଲା ବିଶିଷ୍ଟ ଅନ୍ୟଏ କ କୋଠାଘର ଅନ୍ତର୍ଭୁକ୍ତ ଥିବା ବେଳେ. ଏକ ସ୍କୋର୍ପିଓ ଗାଡ଼ି, ଏଲ ଆଇ ସି ଏବଂ ପୋଷ୍ଟ ଅଫିସ୍ ଡିପୋଜିଟ୍, ସୁନା ଅଳଙ୍କାର ମିଳିଥିଲା।

Leave a Reply

Your email address will not be published. Required fields are marked *