ହାଟଡ଼ିହି, ୧୬ । ୮ : ଆସୁସ୍ମାନ ଭାରତ ଯୋଜନାରେ କେନ୍ଦୁଝର ଜିଲ୍ଲାର ଦୁଇଟି ଡାକ୍ତରଖାନାକୁ ସାମିଲ କରାଯାଇଥିବାବେଳେ ହାଟଡିହି ବ୍ଳକର ସୋସୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ସାମିଲ ହୋଇଛି । ଗତ ଅଗଷ୍ଟ ୧୫ତାରିଖ ଦିନ ଏହାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ମାୟାଧର ଜେନା, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଶୁଂ ଶେଖର ବଳ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକତ୍ସାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ, ସୋସୋ ଡାକ୍ତର କୁଲଦୀପ ସେଠୀ, ବ୍ଲକଅଧ୍ୟକ୍ଷାଙ୍କ ପ୍ରତିନିଧି ବିମ୍ବାଧର ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା,ସରପଞ୍ଚ କାଞ୍ଚନ ନାଇକ, ବିପିଓ ଶୁଭେନ୍ଦୁ ଭୂଷଣ ପୁହାଣ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିବା ସହିତ ଡାକ୍ତରଖାନାଟି ଆଧୁନିକିକରଣ ହେବାପରେ ଏ ଅଞ୍ଚଳ ଲୋକମାନେ ଯଥେଷ୍ଟ ସୁବିଧା ସୁଯୋଗ ପାଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଠାରେ ବିଭିନ୍ନ ପରୀକ୍ଷା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯିବାର ବ୍ୟବସ୍ଥା ହୋଇଥିବାବେଳେ ଅଧିକ ଜଣେ ଡାକ୍ତର ଓ ଯୋଗଶିକ୍ଷକ, ଳ୍ୟାବ ଟେକନିସିଆନ ନିଯୁକ୍ତି କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଡାକ୍ତର ବଳ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିକ୍ରମ ବିଶ୍ୱାଳ, ନିତ୍ୟାନନ୍ଦ ସିଂ, ପିତବାସ ନାୟକ, ବିନୋଦ ସିଂ, ଭରତ ରାଉତ, ବାଡା ପ୍ରମୋଦ ମଲ୍ଲିକ, ବିଦୁ୍ୟତଲତା ମଲ୍ଲିକ, ସୁକାନ୍ତୀ ଜେନା, ମଧୁସ୍ମିତା ମଲ୍ଲିକ, ସରୋଜ ନାୟକଙ୍କ ସମେତ ସମସ୍ତ ଆଶାକର୍ମ, ଡାକ୍ତରଖାନାର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଫାର୍ମାସିଷ୍ଟ ଜଗନ୍ନାଥ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
