ନୂଆଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ବୁଧବାରଦିନ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ପାଇଁ ୫ ଲକ୍ଷ ଟଙ୍କାର ବୀମା ଯୋଜନାର ଘୋଷଣା କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳିବ। ଆଜିପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନାରେ ତହତ ବର୍ଷକୁ ୩୦,୦୦୦ ଟଙ୍କାର ବୀମା କଭର ହିଁ ମିଳୁଥିଲା। ଏହା ଏବେ କୌଣସି ବର୍ଗର ବ୍ୟକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଙ୍ଗଣାରେ କରିପାରିବ।
ସୂଚନାଯୋଗ୍ୟଯେ, ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆୟୁଷ୍ମାନ ଯୋଜନା ଘୋଷଣା କିରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ବଡ଼ ଘୋଷଣା କରାଯାଇଥିଲା। ଏଥିରେ ସରକାର ପ୍ରାୟତଃ ୫୦ କୋଟି ଲୋକମାନଙ୍କର ସ୍ୱାସ୍ଥ୍ୟ ସେବାରେ ହେଉଥିବା ଖର୍ଚ୍ଚ ସରକାର ଉଠାଇବେ। ଏଥିରେ ଦେଶର ୪୦ ପ୍ରତିଶତ ଲୋକମାନଙ୍କୁ ସ୍ୱାସ୍ଥ୍ୟ ବୀମା ମିଳିବ ଏହା ବ୍ୟତୀତ ଗୋଟିଏ ପରିବାରକୁ ୧ ବର୍ଷରେ ୫ ଲକ୍ଷର ମେଡ଼ିକାଲ୍ ଖର୍ଚ୍ଚ ଦିଆଯିବ।
