ଓଡ଼ିଶା

ଆୟୁଷ୍ମାନ ଭାରତ ଯୋଜନାରେ ଆପଣଙ୍କ ନାଁ ଅଛି କି ନାହିଁ ନାହିଁ, ଏପରି ଖୋଜନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରଖଣ୍ଡରେ ଆୟୁଷ୍ମାନ ଭାରତ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସୁରକ୍ଷା ମିଶନର ଶୁଭାରମ୍ଭ କରିଛନ୍ତି। ଏହି ସ୍କିମ ଅନୁଯାୟୀ ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କାର ମେଡିକାଲ ସ୍ୟାସ୍ଥ୍ୟ ବୀମା ମିଳିବ। ଅନୁମାନ ମୁତାବିକ ଏହି ସ୍କିମରେ ୫୦ କୋଟି ଲୋକମାନଙ୍କୁ ଫାଇଦା ପହଁଞ୍ଚିବ।

ନୂଆଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରଖଣ୍ଡରେ ଡ୍ରିମ ପ୍ରୋଜେକ୍ଟ ଆୟୁଷ୍ମାନ ଭାରତ- ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସୁରକ୍ଷା ଯୋଜନା ଲଞ୍ଚ କରିଛନ୍ତି। ଏହି ଯୋଜନା ଅନୁଯାୟୀ ୧୦ କୋଟି ଗରୀବ ପରିବାରକୁ ୫ ଲକ୍ଷ ବାର୍ଷିକ ମେଡିକାଲ ହେଲ୍ଥ ଇଂନ୍ସ୍ୟୁରାନ୍ସ ମିଳିବ। ଯୋଗ୍ୟ ଲୋକ ସରକାରୀ ଏବଂ ତାଲିକାଭୁକ୍ତ ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ସୁବିଧାର ଲାଭ ଉଠାଇ ପାରିବେ। କୁହାଯାଉଛିଯେ, ଏହି ଯୋଜନା ଅନୁଯାୟୀ ଦେଶର ପ୍ରାୟତଃ ୫୦ କୋଟି ଲୋକ ଆସିବେ। ଯୋଜନାରେ ପ୍ୟାମିଲିମି ସାଇଜ କିମ୍ବା ବୟସକୁ ନିର୍ଦ୍ଧାରିତ କରାଯାଇନାହିଁ। ଏହି କାରଣରୁ ପରିବାରର ସମସ୍ତ ଲୋକ ତା’ର ପରିସରରେ ଆସିବେ।

କିପରି ଉଠାଇବେ ଲାଭ:

ଏହି ସ୍କିମର ଫାଇଦା ଉଠାଇବା ପାଇଁ ଆପଣଙ୍କୁ କେବଳ ଆଇଡି କାର୍ଡର ଆବଶ୍ୟକତା ପଡ଼ିବ ଏବଂ ତାହା ଆଧାର, ରେସନ କିମ୍ବା ଭୋଟର ଆଇଡି କାର୍ଡ ହୋଇପାରେ। ଏହି ସ୍କିମର ଲାଭ ନେବା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ। ଯଦି ହସ୍ପିଟାଲରେ ଭର୍ତି ହେବାକୁ ଆବଶ୍ୟକ ପଡେ ତେବେ ଆପଣଙ୍କୁ କୌଣସି ଭାବରେ କୌଣସି ଟଙ୍କା ପଇଠ କରିବାର ଆବଶ୍ୟକତା ନାହିଁ।

କୌଣସି ମଧ୍ୟ ବ୍ୟକ୍ତି ସରକାରୀ କିମ୍ବା ତାଲିକାଭୁକ୍ତ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଇବା ପରେ ଶୀର୍ଷ ସଂସ୍ଥା ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ଏଜେନ୍ସି (ଏନଏଚଏ) ଏକ ୱେବସାଇଟ ଏବଂ ହେଳ୍ପଲାଇନ ନମ୍ବର ଲଞ୍ଚ କରିଛନ୍ତି ଯାହାଫଳରେ ପ୍ରସ୍ତାବିତ ଲାଭାର୍ଥୀ ଏହା ଚେକ କରିପାରିବେ କି ତାଙ୍କର ନାମ ଏହି ଲିଷ୍ଟରେ ଅଛି କି ନାହିଁ। ଲିଷ୍ଟରେ ନାମ ଚେକ କରିବା ପାଇଁ ଆପଣଙ୍କୁ କେବଳ mera.pmjay.gov.in କିମ୍ବା ହେଳ୍ପଲାଇନ ନମ୍ବର (୧୪୫୫୫) ରେ କଲ କରିବାକୁ ପଡ଼ିବ। ଲାଭାର୍ଥୀଙ୍କୁ ନିଜର ମୋବାଇଲ ନମ୍ବର କହିବାକୁ ପଡ଼ିବ, ଯେଉଁ ମୋବାଇଲରେ ଏକ ଓଟିପି ଆସିବ ଏବଂ ତା’ ପରେ ଅନଲାଇନ ହିଁ କେୱାଇସି ଭରିବାକୁ ପଡ଼ିବ ହେବ। ଏଥିପାଇଁ କୌଣସି ମଧ୍ୟ କାଗଜପତ୍ରର ଆବଶ୍ୟକତା ନାହିଁ। ଲାଭାର୍ଥୀ ହେଳ୍ପଲାଇନ ନମ୍ବର ଉପରେ କଲ କରି ମଧ୍ୟ ନିଜର ଏନରୋଲମେଣ୍ଟ ଚେକ କରିପାରନ୍ତି।

ପ୍ରତ୍ୟେକ ହସ୍ପିଟାଲରେ ଆୟୁଷ୍ମାନ ମିତ୍ର ହେବେ ଯିଏ ରୋରୀଙ୍କର ସହାୟତା କରିବା ସହିତ ଲାଭାର୍ଥିମାନଙ୍କ ଏବଂ ହସ୍ପିଟାଲ ସହ କୋର୍ଡିନେଟ କରିବେ। ସେ ଏକ ହେଳ୍ପଡେସ୍କ ଚଲାଇବେ, ଯେଉଁଠାରେ ସେ କାଗଜପତ୍ରକୁ ଚେକ କରି ଯୋଗ୍ୟତା ଏବଂ ସ୍କିମରେ ଏନରୋଲମେଣ୍ଟର ବିଷୟରେ ଜାଣିବେ। ତା’ ବ୍ୟତୀତ ଲାଭାର୍ଥିମାନଙ୍କୁ ଏକ ଲେଟର ଦିଆଯିବ, ଯେଉଁଥିରେ କ୍ୟୁଆର କୋଡ୍ସ ହେବ, ଯାହାଙ୍କୁ ସ୍କାନ କରି ପରିଚୟ ପାଇଁ ଜନସାଂଖ୍ଯିକୀୟ ପ୍ରମାଣୀ କରଣ କରାଯିବ। ଏହା ସହିତ ହିଁ ସ୍କିମ ପାଇଁ ଯୋଗ୍ୟତା ମଧ୍ୟ ଜାଞ୍ଚ କରାଯାଇପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top