ଓଡ଼ିଶା

‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ – ୧୦ କୋଟି ପରିବାରକୁ ମିଳିବ ମାଗଣା ସ୍ୱାସ୍ଥ୍ୟସେବା

ରାଞ୍ଚି ୨୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଦୁନିଆର ସବୁଠାରୁ ବଡ଼ ହେଲ୍ଥ କେୟାର ସ୍କିମ ‘ଆୟୁଷ୍ମାନ ଭାରତ’ର ଶୁଆରମ୍ଭ କରିଛନ୍ତି। ତା’ ଅନୁଯାୟୀ ୧୦ କୋଟି ପରିବାର ଅର୍ଥାତ୍ ପ୍ରାୟତଃ ୫୦ କୋଟି ଲୋକମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାଶଲେସ ହେଲ୍ଥ ଇସ୍ସ୍ୟୁରାନ୍ସ ମିଳିବ। ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମରେ ‘ମୋଦୀ କେୟାର’ ମଧ୍ୟ କୁହାଯାଉଛି।

ରାଞ୍ଚିର ପ୍ରଭାତ ତାରା ମୈଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ଗ୍ରୀନ ସିଗ୍ନାଲ ଦେଖାଯିବା ପରେ ହିଁ ଏହି ସ୍କିମ ଦେଶର ୪୪୫ଟି ଜିଲ୍ଲାରେ ଲାଗୁ ହୋଇଛି। ଏହି ଯୋଜନାରେ ଲାଭାର୍ଥିମାନଙ୍କୁ ନଗଦ ରହିତ ସ୍ଵାସ୍ଥ୍ୟ ସେବା ଉପଲବ୍ଧ କରାଯିବ। ଏହା ଭୟଙ୍କର ସ୍ଵାସ୍ଥ୍ୟ ସମସ୍ୟା ସମୟରେ ଉତ୍ପନ୍ନ ଆର୍ଥିକ ଅସୁବିଧାକୁ ଦୂର କରିବ। ସରକାରୀ ଏବଂ ସୂଚୀବଦ୍ଧ ବେସରକାରୀ ହସ୍ପିଟାଲରେ ସୁବିଧାଗୁଡ଼ିକରେ ସ୍ୱାସ୍ଥ୍ୟସେବା ଲୋକେ ପାଇପାରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top