ad
ଜିଲ୍ଲା ପରିକ୍ରମା

ଆୟୁର୍ବେଦ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ

ପୁରୀ:୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୦ତମ ପ୍ରତିଷ୍ଠା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସୋମବାର ଦିନ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଏହି ପରିପ୍ରେକ୍ଷିରେ ଏକ ସେମିନାର ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେମିନାରରେ କୋଲକାତାର ପ୍ରଫେସର ଅଂଜନ ଅଧିକାରୀ, ପ୍ରଫେସର ଅରୁଣ କୁମାର ଦାସ, ପ୍ରଫେସର କାମଦେବ ଦାସ୍, ପ୍ରଫେସର ଏନ୍ .ସି.ଦାସ, ଭେଷଜ ନିରୀକ୍ଷକ ଗୌରବ ଗିରି, ଭ୍ରମ ଟେଷ୍ଟିଙ୍ଗ ଲାବ୍ ର ବୈଜ୍ଞାନିକ ଅଧିକାରୀ ରବିନାରାୟଣ ଆଚାର୍ଯ୍ୟ ଯୋଗଦାନ କରି ଶିକ୍ଷକ ସପଂର୍କରେ ସନ୍ଦର୍ଭ ଉପସ୍ଥାପନା କରିଥିଲେ। ସେମିନାର ସଂଗଠନ ସମ୍ପାଦକ ଅରୁଣ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସେମିନାରରେ ୫୦ଜଣ ହାଉସ୍ ସର୍ଜନ ଅଂଶ ଗ୍ରହଣ କରିଥିଲେ। ସଂଧ୍ୟାରେ ଆୟୋଜିତ ଉତ୍ସବକୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦ୍ ଘାଟନ କରି କହିଲେ ଯେ ଏହା ଓଡ଼ିଶାର ସର୍ବପୂରାତନ ଆୟୁର୍ବେଦ ମହାବିଦ୍ୟାଳୟ। ଏହାର ଛାତ୍ରଛାତ୍ରୀ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କଲେଜର ସୁନାମକୁ ଉଦ୍ଜିବୀତ ରଖିବାକୁ ଛାତ୍ରଛାତ୍ରୀ ତଥା ଅଧ୍ୟକ୍ଷଙ୍କ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆୟୁସ ବିଭାଗର ପୂର୍ବତନ ଉପନିଦେର୍ଶକ ମଦନ ମୋହନ ପାଢୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କଲେଜର ଛାତ୍ରଛାତ୍ରୀ ହୋଇ ସୁନାମକୁ ବଜାୟ ରଖିବାକୁ ପରାମର୍ଶ ଦେବା ସହ କଲେଜ ପରିସରରେ ବ୍ୟାପକ ଔଷଧୀୟ ବୃକ୍ଷ ରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ସ୍ମରଣିକା ଉନ୍ମୋଚନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଅରୁଣ ଦାସ ଧନ୍ୟବାଦ ଅର୍ପଣ କରିବା ବେଳେ ଡ଼ାକ୍ତର ବିକ୍ରମ ହରି ଚନ୍ଦନ ଉତ୍ସବର ସଂଯୋଜନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top