ଆୟବା,ଗୁଲନଗର ଗ୍ରାମବାସୀ ଧାନ କ୍ଷୟକ୍ଷତି ଦାବି କଲେ

କେନ୍ଦ୍ରାପଡା, ୧୧/୦୯(ଲକ୍ଷ୍ମୀକାନ୍ତ ନାୟକ)- ଗତ ଲଘୁ·ପ ଜନିତ ବର୍ଷାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମ ପଞ୍ଚାୟତ ଅଧିନସ୍ତ ଆୟବା ଗ୍ରାମର ୧୫୦ ପରିବାର ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଆଜି ଜିଲ୍ଲାପାଳଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି । ବର୍ଷାରେ ଏହି ପରିବାରର କାନ୍ଥ ଭିଜିଯାଇଥିବା ବେଳେ ଧାନ ଜମିରୁ ପାଣି ଖଲାସ ହେଉନାହିଁ । ଯାହା ଫଳରେ ୭୦ ପ୍ରତିଶତ ଧାନ ଫସଲ କ୍ଷତି ହୋଇଛି । ପୋଖରୀ ହୁଡା ବୁଡି ମାଛ ପଦାକୁ ବାହାରି ଯାଇଥିବାରୁ ମାଛ·ଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ପନିପରିବା ସବୁ ନଷ୍ଟ ହୋଇଯାଇଛି ବୋଲି ସମିତି ସଭ୍ୟ ମନୋରଞନ ଦାସ, ବିଜୟ କୁମାର ସ୍ୱାଇଁ,ସନତ କୁମାର ନାୟକ, ସନ୍ତୋଷ କୁମାର ଦାସ,ସରପଞ୍ଚ ଗଗନ କୁମାର ସାହୁ ସମେତ ଅନ୍ୟମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ପଞ୍ଚାୟତର ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଏମାନଙ୍କ ସହିତ ସାମିଲ ହୋଇ ସଠିକ ଆକଳନ କରି କ୍ଷତିପୂରଣ ଦେବା ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଗୁଲନଗର ଗ୍ରାମପଞ୍ଚାୟତ ·ଷଜମିରେ ପାଣି ଜମି ରହିଥିବାରୁ ସବୁ ଧାନ ଫସଲ ପଚି ନଷ୍ଟ ହୋଇଯାଇଛି । ସଫେଇ ବାଟ ଉପରେ ଜବରଦଖଲ କରିଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ·ଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏ ବାବଦକୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଉକ୍ତ ଗ୍ରାମପଞ୍ଚାୟତର ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *