ad
ଅନୁଗୁଳ

ଆହ୍ୱାନ ଏଜୁକେସନାଲ ଏକାଡେମୀ ଉଦଘାଟିତ

ତାଳଚେର, ୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ବନ୍ଧୀୟ ଉନ୍ନତମାନର କୋଚିଂ ଦେବା ଉଦ୍ଦେଶ୍ୟରେ ‘ଆହ୍ୱାନ ଏଜୁକେସନାଲ ଏକାଡେମୀ’ ନାମକ ଏକ କୋଚିଂ ଅନୁଷ୍ଠାନ ସ୍ଥାନୀୟ ଆଇ.ଟି.ଆଇ ସମ୍ମୁଖରେ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ସମାଜସେବୀ କ୍ଷୀରୋଦ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଅନୁଷ୍ଠାନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଏକାଡେମୀର ନିର୍ଦ୍ଦେଶିକା କବିତା ମହାରଣା, ସୁଶିଲ ପରିଡ଼ା, ତାଳଚେର ଆଇଟିଆଇର ପୂର୍ବତନ ଅଧ୍ୟାପକ ନିରାକାର ସାମଲ, ଅନୁଶୀଳନୀ ସମ୍ପାଦକ ପ୍ରଶାନ୍ତ ଶତପଥୀ, ଶିକ୍ଷୟତ୍ରୀ ରଶ୍ମିତା ନନ୍ଦ, ତପନ ଖୁଂଟିଆ, ତିଥୀ ଦାସ, ରାଜୀବ ରାଓ, ସୈାମ୍ୟ ଶତପଥୀ, କୃତି ପ୍ରକାଶ ସାହୁ, ଶୁଭ ଲକ୍ଷ୍ମୀ ଓଝା, ଫୋଳୀ ନାୟକ, ରଞ୍ଜିତା ନାୟକ, ଶୈଳବାଳା ସାହୁ, ସୁବଳ ପରିଡ଼ା, ଗଣମାଧ୍ୟମ ପ୍ରତିନିଧି ପ୍ରଭାତ ରଞ୍ଜନ ପାଣି, ଅନିଲ ସାମଲ, ପ୍ରିୟମାଧବ ଦାସ, ମନିଲ ମହାରଣା, ଅଜିତ କୁମାର ବେହେରାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଉକ୍ତ ଏକାଡେମୀରେ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ସ୍ୱତନ୍ତ୍ରଭାବେ ତାଲିମ ପ୍ରଦାନ କରାଯିବ। ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ (ଓଡ଼ିଶା ବୋର୍ଡ଼)ର ଛାତ୍ରଛାତ୍ରୀ, ଯୁକ୍ତ ଦୁଇ ସି.ଏଚ୍.ଏସ୍.ଇ ଏବଂ ସି.ବି.ଏସ.ଇ.ର ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଭିଜ୍ଞ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ଦ୍ୱାରା କୋଚିଂ ଦେବାର ବ୍ୟବସ୍ଥା ରହିଛି ତଥା ସମସ୍ତ ପ୍ରକାରର ଷ୍ଟଡ଼ି ମ୍ୟାଟେରିଆଲସ୍, ଭି.ଏସ୍.ସି, ଡିଜିଟାଲ କ୍ଲାସ ଜରିଆରେ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର କୋଚିଂ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ଏକାଡେମୀର ନିର୍ଦ୍ଦେଶିକା କବିତା ରଣା ପ୍ରକାଶ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top