ଜିଲ୍ଲା ପରିକ୍ରମା

ଆହତ ପତି-ପତ୍ନୀ ନିଜର ସୁରକ୍ଷା ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ନିଜ ପୈତୃକ ଜମିରେ ବାଡ ଘେରାଇବାକୁ କେନ୍ଦ୍ର କରି ଗୋଟିଏ ପକ୍ଷର ଆକ୍ରମଣରେ ଅପରପକ୍ଷର ପତି-ପତ୍ନୀ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସ୍ଥାନୀୟ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ବିରୁଦ୍ଧରେ ଆଜି ସଂପୃକ୍ତ ଆହତ ଦମ୍ପତି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଶରଣାପନ୍ନ ହୋଇଛନ୍ତି। ଏହି ଦମ୍ପତି ଏସ୍ପିଙ୍କ ନିକଟରେ କରିଥିବା ଅଭିଯୋଗ ପତ୍ର ମୂଳେ ଧାମନଗର ଥାନା ଅଧୀନସ୍ଥ ଭଗବାନପୁର ଗ୍ରାମନିବାସୀ ଦୀନବନ୍ଧୁ ଲେଙ୍କାଙ୍କ ପୈତୃକ ଭାଗ ଜମିରେ ସେହି ଗ୍ରାମର ଲକ୍ଷ୍ମୀଧର ଲେଙ୍କା ଓ ତାଙ୍କ ସାନଭାଇ ଶଶିକାନ୍ତ ବଳପୂର୍ବକ ଦଖଲକୁ ନେଇ ବାଡ ଘେରାଉଥିଲେ। ଏହି ଘଟଣାରେ ସେ ଓ ତାଙ୍କ ପତ୍ନୀ ବିରୋଧ କରିବାରୁ ସେମାନେ ବାଉଁଶ ବାଡି ଓ ଶାବଳରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବିଳମ୍ବରେ ଥାନାରେ ଅଭିଯୋଗ ଦେଇଥିଲେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ଏହି ଆକ୍ରମଣରେ ଦୀନବନ୍ଧୁଙ୍କର ବାମହାତ ସଂପୂର୍ଣ୍ଣ ଭାଂଗିଯାଇଥିବାବେଳେ ପଂଜରା ମଧ୍ୟ ଆଘାତ ପ୍ରାପ୍ତ ହୋଇଛି। ପ୍ରତିପକ୍ଷମାନେ ଏବେ ସେମାନଙ୍କୁ ଜୀବନରୁ ହତ୍ୟା କରିବାର ଧମକ ଦେବା ସହ ବିଭିନ୍ନ ଭାବେ ଭୟଭୀତ କରିଆସୁଥିବାରୁ ଏବେ ସେମାନେ ନିଜର ସୁରକ୍ଷା ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top