ଓଡ଼ିଶା

ଆସ୍ପାୟାର ପକ୍ଷରୁ ଶିକ୍ଷା ଉପକରଣର କର୍ମଶାଳା

ହରିଚନ୍ଦନପୁର,୨୦ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଓ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ସହଯୋଗରେ ହରିଚନ୍ଦନପୁର ଠାରେ ଏକ ଶିକ୍ଷା ଉପକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଉକ୍ତ କର୍ମଶାଳା କାର୍ଯ୍ୟକ୍ରମରେ ହରିଚନ୍ଦନପୁର ବ୍ଲକର ୭୦ଜଣରୁ ଉଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏଥିରେ ଆସ୍ପାୟାର ରାଜ୍ୟ ସଂଯୋଜକ ଅରବିନ୍ଦ ଟପୋ,ବ୍ଲକ ସଂଯୋଜକ ରବି କୁମାର,ଏବିଇଓ ଖଗେଶ୍ୱର ମହାନ୍ତ,ଦୁର୍ଯ୍ୟଧନ ସେଠୀଙ୍କ ସମେତ ସିଆରସି ତରଣୀ କୁମାର ସାହୁ, ଉମେଶ ଚନ୍ଦ୍ର ମହାନ୍ତ, ପ୍ରଦୀପ କୁମାର ସାହୁ ,ଅକ୍ଷୟ କୁମାର ପଲେଇ, ରୀନା ସାଣ୍ଡଭି ଯୋଗ ଦେଇଥିଲେ । ଶାନ୍ତ୍ୱନା ପ୍ରିୟ ଦର୍ଶନୀ, ପିଙ୍କି ସାହୁ, ନିଗମାନନ୍ଦ ଦାସ ଶିକ୍ଷା ଉପକରଣର ଉପଯୋଗ କିପରି ହୋଇ ପାରିବ ତାହାର ଧାରଣା ଶିକ୍ଷକମାନଙ୍କୁ ପ୍ରଦାନ କରିଥିଲେ । ଆସ୍ପାୟାର ସେହି ଭଳି ରାସୋଳ,ଭଗାମୁଣ୍ଡା, ଜିରାଙ୍ଗ, ଜଙ୍ଘିରା, ତେନ୍ତଳାପଶି, ସୁନାପେଣ୍ଠ ଗ୍ରାମ ପଞ୍ଚାୟତମାନଙ୍କରେ ଆୟୋଜନ କରାଯାଇଛି ।ଏବଂ ହରିଚନ୍ଦନପୁର ବ୍ଲକର ୧୯୦ଟି ବିଦ୍ୟାଳୟଗୁଡିକୁ ଶିକ୍ଷା ଉପକରଣମାନ ପ୍ରଦାନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top