ଆସୁଛି ସାମୁଦ୍ରିକ ତୋଫାନ ‘ମୋରା’: ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ନୂଆଦିଲ୍ଲୀ ୨୯/୫ (ଓଡ଼ିଆ ପୁଅ) : ବଙ୍ଗୋପସାଗରରେ ଆସୁଥିବା ତୋଫାନ “ମୋରା” ଭୟାବହ ରୂପ ଧାରଣ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଏହା ଫଳରେ ପଶ୍ଚିମ ରାଜସ୍ଥାନଠାରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶା ଉପରେ ଟ୍ରଫ୍‌ ଲାଇନ୍‌ ରହିଛି।  ‘ମୋରା’ ପ୍ରଭାବରେ ପଶ୍ଚିମବଙ୍ଗରେ ଅତି ପ୍ରବଳ ବର୍ଷା ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଆସନ୍ତା ଦୁଇଦିନ ପରେ ସୂଚନା ନଦେବା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ସତର୍କ କରାଇଦିଆଯାଇଛି।

ଅନୁମାନ କରାଯାଉଛିଯେ, ମୋରା ତୋଫାନ ଯୋଗୁଁ  ଦକ୍ଷିଣ ଅସାମ ମେଘାଳୟ, ତ୍ରିପୁରା ଏବଂ ମିଜୋରମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅରୁଣାଞ୍ଚଳ ଏବଂ ନାଗାରଲାଣ୍ଡରେ ମଧ୍ୟ ଭାରିବର୍ଷାର ସଂଭାବନା ଅଛିବୋଲି ପାଣିପାଗ ତରଫରୁ କୁହାଯାଉଛି।

Leave a Reply

Your email address will not be published. Required fields are marked *