ଆସୁଛି ଗଣେଶ ପୂଜା: ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରୀଗର

ପୁରୀ:୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଉ ଦିନ କେହିଟା ପର ସିଦ୍ଧିଦାତା ଗଜାନନଙ୍କ ପୂଜା ଉତ୍ସବ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆନନ୍ଦର ଉତ୍ସବ। ମୁଖରିତ ହେବ ଶିକ୍ଷାନୁଷ୍ଠାନ ପରିସର। ସିଦ୍ଧିଦାତାଙ୍କ ପୂଜା ଉତ୍ସବରେ ସାମିଲ ହେବେ ସମସ୍ତେ। ଗଜାନନ ଉତ୍ସବ ଦିନ କେହିଟା ବାକିଥିବା ବେଳେ ତେବେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି କାରୀଗର। ବିଶେଷ ଭାବେ କୁମ୍ଭାରପଡା, ଜେନା ସାହି, ଚାରିନଳା ଓ ଅଠରନଳା ଆଦି ଅଞ୍ଚଳର କୁମ୍ଭକାର ଘରମାନଙ୍କରେ ମୂର୍ତ୍ତି ନିର୍ମାଣ ଏବେ ଜୋର ଧରିଛି। ପୂଜା ଅଳ୍ପଦିନ ବାକିଥିବା ବେଳେ ତୁରନ୍ତତ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବ୍ୟସ୍ତ ଅଛନ୍ତି ଶିଳ୍ପୀ। ଘରମାନଙ୍କରେ ଧାଡି ଧାଡି ହୋଇ ରଖାଯାଇଛି ଗଜାନନଙ୍କ ମୂର୍ତ୍ତି। ପ୍ରତ୍ୟେକ କୁମ୍ଭକାର ପରିବାର ଘରମାନଙ୍କରେ ଏଭଳି ଶତାଧିକ ଗଜାନନ ମୂର୍ତ୍ତି ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଛି। କେତେକ ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେଉଁଠି ମୂର୍ତ୍ତିଗୁଡିକୁ ପ୍ରାଥମିକ ପର୍ଯ୍ୟାୟ ରଙ୍ଗ କରି ରଖାଯାଇଛି। ଦୀର୍ଘ ଏକମାସ ପୂର୍ବରୁ ଏହି ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଛି। ମୂର୍ତ୍ତି ନିର୍ମାଣ ପାଇଁ ପ୍ରଥମେ ନଡାରେ ଛାଞ୍ଚ ପ୍ରସ୍ତୁତ କରାଯାଇଥାଏ। ପରେ ଏହାକୁ ଏହାକୁ ମାଠିଆ କରାଯାଇଥାଏ। ପରେ ବାଲି ଓ ଅଗାଡି ମିଶ୍ରିତ ଭାବେ ଏହା ଦେହରେ ମାଟିବୋଳା ଯାଇଥାଏ। ଏହାଦ୍ୱାରା ମୂର୍ତ୍ତିଗୁଡିକ ଶକ୍ତ ହେବା ସହ ହାଲ୍କା ହୋଇଥାଏ। ପରେ ଦୋ ମାଟିଆ କରାଯାଇ ଏହା ଦେହରେ କନା ପଡିଥାଏ। ଏହା ସାମାନ୍ୟ ଶୁଖିଗଲେ ଏହାକୁ ମଶୃଣ କରାଯାଇ ପୁନଶ୍ଚ ଶୁଖାଯାଇଥାଏ। ଶୁଖିବା ପରେ ମୂର୍ତ୍ତି ଦେହରେ ଅଳଙ୍କାର ଲାଗିବା ପରେ ଏହାକୁ ଖଡି ଓ ଅନ୍ୟାନ୍ୟ ରଙ୍ଗ କରାଯାଇ ବିକ୍ରୟ ପାଇଁ ଉପଲବ୍ଧ କରାଯାଇଥାଏ।

Leave a Reply

Your email address will not be published. Required fields are marked *