ଆସୁଛନ୍ତି ନିରଞ୍ଜନ: ଉତ୍ସାହୀ କଂଗ୍ରେସର ମହାପଟୁଆର ଯୋଜନା

ଭୁବନେଶ୍ୱର ୨୧- ୪ (ଓଡ଼ିଆ ପୁଅ)- ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନୂଆ ଦାୟିତ୍ତ୍ୱ ନେବା ପରେ ଓଡ଼ିଶା, ଅଖିଳ ଭାରତ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ତଥା ପ୍ରାପ୍ତନ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ଏଆଇସିସି ସଂପାଦକ ଗଣ ରୁଦ୍ର ରାଜୁ, ଶ୍ରୀଯୁକ୍ତ ଅନିଲ୍ କୁମାର ଚୌଧୁରୀ, ସେକ୍ ମସ୍ତାନ ଅଲ୍ଲୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳ ଏବଂ ନବ ଦାସ ଏବଂ ଅନ୍ୟ ଘୋଷିତ ପଦାଧିକାରୀଗଣଙ୍କୁ ଆଜି ଅପରାହ୍ନ ୫ ଘଟିକା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବ ବୋଲି ଆୟୋଜନ କରିଛି ଓଡ଼ିଶା କଂଗ୍ରେସ।

ଏହାପରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କଂଗ୍ରେସ ଦଳର ବରିଷ୍ଠ ନେତୃମଣ୍ଡଳୀ, ପ୍ରାକ୍ତନ ସାଂସଦ, ପ୍ରାକ୍ତନ ବିଧାୟକ, ପିସିସି ଓ ଏଆଇସିସି ସଦସ୍ୟ, ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତ୍ତା, ସମସ୍ତ ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା, ସମସ୍ତ ପ୍ରକୋଷ୍ଟ ବିଭାଗର ମୁଖ୍ୟ ଓ କର୍ମକର୍ତ୍ତା ତଥା ଶୁଭେଛୁ ବହୁସଂଖ୍ୟାରେ ଉପସ୍ଥିତ ରହିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କଂଗ୍ରେସ ତରଫରୁ କୁହାଯାଇଛି।

ଆସନ୍ତା କାଲି ରବିବାର ପୂର୍ବାହ୍ନ ଘ ୯.୩୦ମିରେ କଂଗ୍ରେସ ଭବନରେ ଓଡ଼ିଶା ପ୍ରଭାରୀ, ସହପ୍ରଭାରୀ ଓ ଯୁଗ୍ମ ପ୍ରଭାରୀଙ୍କ ସହ ବିଧାୟକମାନେ ସାକ୍ଷାତ ଆଲୋଚନା କରିବେ ଏବଂ ଏହାପରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ ଓ ସମସ୍ତ ପ୍ରକୋଷ୍ଠ ସାମୁଖ୍ୟ ମୁଖ୍ୟଙ୍କ ସହ ସାକ୍ଷାତ ଓ ଆଲୋଚନା କରିବା ପରେ ପୂର୍ବାହ୍ନରେ ସମସ୍ତ ସାଂଗଠନିକ ଜିଲା କଂଗ୍ରେସ କମିଟିର ସଭାପତିମାନଙ୍କ ସହ ସାକ୍ଷାତ ଓ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ସୂଚନାଯୋଗ୍ୟଯେ, କଂଗ୍ରେସର ନୂଆ ମୁଖିଆ ନିରଞ୍ଜନ ପଟ୍ଟନାୟକ ହେବା ପରେ ଚଳଚଞ୍ଚଳ ରାଜ୍ୟ କଂଗ୍ରେସ। ନୂଆ ଟିମ୍ ରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ସହିତ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଏବଂ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ଗୁରୁ ଦାୟିତ୍ତ୍ୱ ଦିଆଯାଇଛି। ଏହା ବ୍ୟତୀତ ଭକ୍ତ ଦାସଙ୍କୁ କାମ୍ପେନ କମିଟି ଅଧ୍ୟକ୍ଷ ନିଯୁକ୍ତ କରିଥିବା ନେଇ ବିଧିବଦ୍ଧ ଘୋଷଣା କରିଛି ଏଆଇସିସି। ଏଆଇସିସି ଏକ ପ୍ରେସ ବିଜ୍ଞପ୍ତି ଜାରିକରି ପ୍ରକାଶ କରିଛିଯେ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସରେ ନିରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟ ସଭାପତି ନିଯୁକ୍ତ କରିଥିବା ବେଳେ ତାଙ୍କ ଟିମ୍ ରେ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଏବଂ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

କାହାକୁ କେଉଁ ଦାୟୀତ୍ତ୍ୱ:
ପିସିସି ସଭାପତି – ନିରଞ୍ଜନ ପଟ୍ଟନାୟକ
କାର୍ଯ୍ୟକାରୀ ସଭାପତିଭାବେ ନବ ଦାସ, ବିଧାୟକ ଚିରଂଜୀବ ବିଶ୍ୱାଳ, ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ନିଯୁକ୍ତି ଦିଆଯାଇଛି।
ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କୁ କ୍ୟାମ୍ପେନ୍ କମିଟି ଅଧ୍ୟକ୍ଷ ନିଯୁକ୍ତି ପାଇଛନ୍ତି।
ଏହା ବ୍ୟତୀତ ସମନ୍ଵୟ ସମିତିର ଅଧ୍ୟକ୍ଷ, ଭାବେ ପ୍ରଭାରୀ ଶ୍ରୀ ଜିତେଂଦ୍ର ସିଂହ ଅଛନ୍ତି ଏବଂ ସମନ୍ଵୟ ସମିତିର ସଂଯୋଜକ ଭାବେ ଶ୍ରୀ ଜଗନ୍ନାଥ ପଟ୍ଟନାୟକ କୋର କମିଟୀ ଅଧ୍ୟକ୍ଷ ଭାବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସଂଯୋଜକ ଭାବେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଅନୁଶାସନାତ୍ମକ ସମିତି ଅଧ୍ୟକ୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଏବଂ ଘୋଷଣା ପତ୍ର ସମିତିର ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ସଂଯୋଜକ ଭାବେ ଶରତ ରାଉତଙ୍କୁ ନୂଆ ଦାୟୀତ୍ତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *