ଓଡ଼ିଶା

ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ରୋଗୀ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୧୦୮ ଆମ୍ବୁଲାନ୍ସ ଆସିଲାନି। ଘରୋଇ ଆମ୍ବୁଲାନ୍ସ ପାଇଁ ପାଖରେ ପଇସା ନାର୍ହି। ତେଣୁ ଅସହାୟ ହୋଇ ପଡିଥିଲେ ଗଣେଶ ମୁଣ୍ଡାଙ୍କ ପରିବାର। ଗଣେଶଙ୍କ ସ୍ୱାସ୍ଥ୍ର୍ୟାବସ୍ଥା ଗୁରୁତର ହେବାରୁ ଗଣେଶଙ୍କ ଶଳା ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ଟ୍ରଲି ଯୋଗେ ନେଇଥିଲେ। ଏହି ଘଟଣା ଭଦ୍ରକରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ; ଭଦ୍ରକ ବ୍ଲକ କୋରକୋରା ପଞ୍ଚାୟତ ଅଧୀନ ନୂଆସାହି ଗ୍ରାମର ଗଣେଶ ମୁଣ୍ଡା ଗତ ୧ମାସ ଧରି ଅସୁସ୍ଥ ଥିଲେ। ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ରୋଗ କମି ନ ଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ତେଣୁ ତାଙ୍କର ସ୍ତ୍ରୀ ଲକ୍ଷ୍ମୀ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସି ନ ଥିଲା। ଅର୍ଥ ଅଭାବରୁ ଘରୋଇ ଆମ୍ବୁଲାନ୍ସ ଡାକିବାକୁ ସେ ସକ୍ଷମ ନ ଥିଲେ। ଶେଷରେ ଗଣେଶଙ୍କୁ ଟ୍ରଲି ଯୋଗେ ଡାକ୍ତରଖାନା ନେବାକୁ ପଡିଥିଲା। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ସରକାରଙ୍କ ସର୍ବନିମ୍ନ କଲ୍ୟାଣକାରୀ ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top