ad
ଓଡ଼ିଶା

ଆସିକା ସମବାୟ ଚିନିଶିଳ୍ପ ପରିଚାଳାନ ପରିଷଦର ବୈଠକ ଡିସେମ୍ବର ମାସ ଶେଷ ସୁଦ୍ଧା ଆଖୁପେଡ଼ା ଆରମ୍ଭ କରିବା ପାଇଁ ନିଷ୍ପତି

ଆସିକା, ୧୩/୧୨ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ):ଆସିକା ସମବାୟ ଚିନିଶିଳ୍ପ ପରିଚାଳାନ ପରିଷଦର ବୈଠକ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକ ଚିନିଶିଳ୍ପ ପରିଚାଳନା ପରିଷଦ ସଭାପତି ବିପିନି ବିହାରୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ପରିଚାଳନା ପରିଷଦର ସଦସ୍ୟ ଦୟାନିଧି ମହାନ୍ତି, ଶଙ୍କର ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ସମେତ ଚିନିଶିଳ୍ପ ଆଖୁ ପରିଚାଳନା କ୍ଷେତ୍ର ଅଧିକାରୀ ଭଗବାନ ପଣ୍ଡା, ଶ୍ରମିକ ନେତା ଲଳିତ ମୋହନ ଦାଶ, ଆଖୁଚାଷି ସଂଘର ଯୁବ ନେତା ରାଘବ ସିଅ, ରାମହରି ପାତ୍ର, ଭଗବାନ ସ୍ୱାଇଁ, ଜଳକର ନାହାକ, ପୂର୍ଣ୍ଣ ବରାଡ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟତଃ ୨୦୧୮-୧୯ ବର୍ଷର ଆଖୁପେଡ଼ା ଋତୁରେ ଡିସେମ୍ବର ମାସ ସୁଦ୍ଧା ଆଖୁପେଡ଼ା ଆରମ୍ଭ କରିବା
ଆଖୁଚାଷିଙ୍କୁ ଆଖୁ ଦର ଟନ ପିଛା ୨୭୧୦ ଟଙ୍କା ପ୍ରଦାନ କରିବା, ପରିବହନ ପାଇଁ ଭତ୍ତାଚୁକ୍ତି, ଚିନିଶିଳ୍ପରେ ଖାଲି ପଡିଥିବା ଗୁରୁତ୍ୱପୂର୍ଣ ପଦବୀ ସ୍ଥାନ ପୂରଣ ପ୍ରମୁଖ ଉପରେ ଆଲୋଚନା ହୋଇଥିଲା। ଏହା ସହିତ ୨୦୧୮-୧୯ ରେ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଲକରେ ୧୮ ହଜାର ୫ଶହ ହେକ୍ଟର ଜମିରେ ପ୍ରାୟ ୧ଲକ୍ଷ ଟନ ଆଖୁ ଫସଲ ଉତ୍ପାଦନ, ତିତଲି ପ୍ରଭାବରେ ଚଳିତ ବର୍ଷ ଆଖୁ କ୍ଷୟକ୍ଷତି ହେବା ଯୋଗୁଁ ଆଖୁ ବିହନ ପାଇଁ ପ୍ରାୟ ୨୦ ହଜାର ଟନ ହେବ ବୋଲି ଆକଳନ କରାଯାଇଥିଲା।

ଏହା ସହ ଚଳିତ ବର୍ଷ ଆଖୁ ଚାଷୀ ସଂଘ ପକ୍ଷରୁ ଟନ ପିଛା ୩୨ ଶହ ଟଙ୍କା କରିବା ପାଇଁ ଦାବି କରାଯାଇଥିବା ବେଳେ ଚଳିତ ବର୍ଷ ମାତ୍ର ୫୦ ଟଙ୍କା ବୃଦ୍ଧି କରାଯିବାକୁ ନେଇ ଚାଷିମାନେ ତୀବ୍ର ବିରୋଧ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top