ଆସିକା ମୁଖ୍ୟ ଡ଼ାକ ଘର ପାସ ପୋର୍ଟ ସେବା କେନ୍ଦ୍ର ଉଦଘାଟନ

ଆସିକା :୦୬/୦୧ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଆସିକା ମୁଖ୍ୟ ଡ଼ାକ ଘରରେ ପାସ ପୋର୍ଟ ସେବା କେନ୍ଦ୍ରକୁ ଶନିବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ଶନିବାର ଦିନ ଓଡ଼ିଶାର ୬ଟି ସ୍ଥାନରେ ଏକା ସାଙ୍ଗରେ ପାସ ପୋର୍ଟ ଅଫିସର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସିକାରେ ପାସ ପୋର୍ଟ ସେଵା ପ୍ରଦାନ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ପାସ ପୋର୍ଟ ସେବା ପାଇବା ସୁବିଧା ଜନକ ହୋଇପାରିବ। ଆସିକା ଅଂଚଳରେ ପାସ ପୋର୍ଟ କେନ୍ଦ୍ର ନଥିବା ହେତୁ ଲୋକ ମାନେ ଭୁବନେଶ୍ୱର ଯିବାକୁ ପଡୁଥିଲା। ବର୍ତ୍ତମାନ ଆସିକା ରେ ପାସ ପୋର୍ଟ କେନ୍ଦ୍ର ଖୋଲା ଯାଇଥିବାରୁ ଲୋକ ମାନଙ୍କୁ ସୁବିଧା ହୋଇପାରିବ। ଏହି ଉଦଘାଟନ ଉତ୍ସବରେ ବ୍ରହ୍ମପୁର ଡ଼ାକ ମଣ୍ଡଳ ର ମହା ଅଧକ୍ଷକ ଶ୍ରୀ ଜଳେଶ୍ୱର କହଁର, ଆସିକା ଡ଼ାକ ମଣ୍ଡଳ ର ଅଧିକ୍ଷକ ଶ୍ରୀ ବିପିନ ବିହାରୀ ନେଗୀ, ଉପ ଅଧିକ୍ଷକ ଜହ୍ବାହାର ରାଓ, ଶ୍ରୀ ବିଜୟ କୁମାର ସାହୁ, ଡ଼ାକ ନୀରିକ୍ଷକ ରାଜବିନ୍ଦ୍ର ପଣ୍ଡା, ଆସିକା ହେଡ଼ ପୋଷ୍ଟ ଅଫିସ ପୋଷ୍ଟ ମାଷ୍ଟର ଶ୍ରୀ ଉତ୍ତର କୁମାର ପରିଡା ଯୋଗ ଦେଇଥିଲେ।
