ad
ଗଞ୍ଜାମ

ଆସିକା ବିଜୁ ଛକ ଠାରେ ସ୍ତାନିୟ ଚାଷୀଙ୍କ ପକ୍ଷରୁ ବିରାଟ ବିକ୍ଷୋଭ ପ୍ରଦର୍ଶନ

ଆସିକା ୨୭/୧୧(ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଆସିକା ବିଜୁ ଛକ ଠାରେ ସ୍ତାନୀୟ ଚାଷୀ ମାନେ ବିରାଟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ତିତଲି କ୍ଷତି ପୂରଣରେ ବ୍ୟାପକ ଅନିୟମିତତା ସାଙ୍ଗକୁ ଚାଷୀଙ୍କ ୫ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ଆଖୁଚାଷୀ ସୁରକ୍ଷା ମଚଂ ପକ୍ଷରୁ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚାଷି ନେତା ଲଳିତ ମୋହନ ଦାଶ, ରାଘବ ସିଅ, ବିଶେସ୍ୱର ପ୍ରଧାନ ମିଳିତ ନେତୃତ୍ୱରେ ହଜାର ହଜାର ଚାଷି ଏକ ବିରାଟ ବିକ୍ଷୋଭ ପଟୁଆର ସହ ଆସିକା ବିଜୁ ଛକ ଠାରେ ପହଚିଂଥିଲେ ।
ବର୍ତମାନ ସୁଦ୍ଧା ତିତଲି କ୍ଷତି ପୂରଣ ସାଙ୍ଗକୁ ଚାଷି ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଦିଅଯାଇଥିବା କ୍ଷତିପୁରଣରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ସ୍ଥାନୀୟ ବିଧାୟକ ଓ ସରକାରଙ୍କ ଅପରାଗତାକୁ ଚାଷି ନେତା ଲଳିତ ମୋହନ ଦାଶ ତିବ୍ର ନିନ୍ଦା କରିଥିଲେ । ଦିର୍ଘ ସମୟ ବିକ୍ଷୋଭ ପରେ ସ୍ଥାନୀୟ ତହସିଲଦାର ବିକ୍ଷୋଭ ସ୍ଥଳରେ ପହଚିଂ ଚାଷୀ ନେତା ମାନଙ୍କ ସହ ଆଲୋଚନା କରିବା ପରେ ୫ଦଫା ଦାବୀ ପତ୍ର ଗ୍ରହଣ କରିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଚାଷିଙ୍କୁ ଆଶ୍ୱାସନା ଦେବା ପରେ ଯାଇ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଏହି ଆନ୍ଦୋଳନରେ ବିଶିଷ୍ଟ ଚାଷି ଓ ଶ୍ରମିକ ନେତା ଲଳିତ ମୋହନ ଦାଶ, ରାଘବ ସିଅ, ବିଶେସ୍ୱର ପ୍ରଧାନ, ରାମହରି ପାତ୍ର ସହ ଆସିକା ଅଞ୍ଚଳ ଶହ ଶହ ଚାଷୀ ଯୋଗ ଦେଇଥିଲେ ।
ଏହି ବିକ୍ଷୋଭ ଯୋଗୁଁ ବିଜୁ ପଟ୍ଟନାୟକ ଛକ ଚାଷି ମାନଙ୍କ କବଜାରେ ରହିଥିଲା ।ଦିର୍ଘ ସମୟ ଧରି ଚାଷୀଙ୍କ ବିକ୍ଷୋଭ ଯୋଗୁଁ ଆସିକାକୁ ଯୋଗାଯୋଗ କରୁଥିବା ସମସ୍ତ ଯାନବାହାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଯାହା ଫଳରେ ଆସିକା- ଭୂବନେଶ୍ୱର, ଆସିକା-ନୟାଗଡ, ଆସିକା-ବ୍ରହ୍ମପୁର, ଆସିକା -ଭଞ୍ଜନଗର, ଆସିକା-ସୋରଡା ରାସ୍ତା ବନ୍ଦ ହେବା ଯୋଗୁଁ ହଜାର ହଜାର ଯାନବାହନ ଅଟିକି ରହିଵା ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ତେବେ ଚାଷି ମାନଙ୍କ ଏକ ବିକ୍ଷୋଭ ପ୍ରଦର୍ଶନ ଆଗାମୀ ଦିନରେ ସରକାରଙ୍କ ପାଇଁ ଏକ ବଡ ଧରଣର ଚ୍ୟାଲେଞ୍ଜ ହେବା ଅନୁମାନ କରାଯାଉଛି |

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top