ଓଡ଼ିଶା

ଆସିକା ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଅସମ୍ଭାଳ ଭିଡ଼

ଆସିକା – ୧୬/୧୦ (ଓଡ଼ିଆ ପୁଅ/ ଲଡୁ କିଶୋର ଦାସ) : ଆସିକା ସହରର କଳିଙ୍ଗ ରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର ଆଦି ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ଜମି ରହିଥିଲା। ଏଥିରେ ବ୍ୟବସାୟୀ ମାନଙ୍କ ବ୍ୟାପକ କ୍ଷତି ହୋଇଛି। ଏଭଳି ପରିସ୍ଥିତିରେ କ୍ଷତିର ସାମାନ୍ୟ ଭରଣା ପାଇଁ ଭିଜି ଯାଇଥିବା ଜିନିଷକୁ ବ୍ୟବସାୟୀ ମାନେ କମ ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଛନ୍ତି। ବିଶେଷ କରି ଲୁଗା, ରେଡିମେଡ଼ ପୋଷାକ, ଖାଦ୍ୟ ସାମଗ୍ରୀ, ଜୋତା, ବ୍ୟାଗ ଆଦି କମ ମୂଲ୍ୟରେ ବିକ୍ରି କରାଯାଉଛି। ତାହାକୁ କିଣିବା ପାଇଁ ରବିବାର ଠାରୁ ଦୋକାନ ଗୁଡ଼ିକରେ ସକାଳ ସନ୍ଧ୍ୟା ଯାଏଁ ଲୋକଙ୍କ ଭିଡ଼ ଜମୁଛି। ସୋମବାର ଏଥିପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଭିଡ଼ ନିୟନ୍ତ୍ରଣ ଲାଗି ପୋଲିସ ବସଷ୍ଟାଣ୍ଡରୁ ସଂପୃକ୍ତ ଅଞ୍ଚଳ ଦେଇ ସହର ମଧ୍ୟକୁ ଯାନବାହାନ ଚଳାଚଳ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ଦୁର୍ଗାପୂଜା ପର୍ଯ୍ୟନ୍ତ ଏଭଳି ଭିଡ ଲାଗି ରହିବ ବୋଲି ଅନୁମାନ କରାଯାଉଛି।

1 Comment

1 Comment

  1. Sashikanta

    October 21, 2018 at 8:07 pm

    Expected

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top