ad
ଅପରାଧ

ଆସିକା ପୋଲିସର ଦୁଇ ଅପରାଧୀ ଦୁଇ ଭାଇକୁ ଏନକାଉଣ୍ଟର

ଆସିକା:୭/୧(ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଗଞ୍ଜାମ ଜିଲ୍ଳା ଆସିକା ପୋଲିସ ଦ୍ୱାର ପୁଣି ଥରେ ପୋଲିସର ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ଏଥର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଏହି ଦୁଇ ଅପରାଧି ହେଉଛନ୍ତି କୃଷ୍ଣ ଜେନା ଓ ତାର ଭାଇ ସୁନୀଲ ଜେନା। ଉଭୟଙ୍କ ନାମରେ ସ୍ଥାନୀୟ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଏହି ଦୁଇ ଅପରାଧୀ ସ୍ଥାନୀୟ ଚାରିମାଇଲ ଛକ ଠାରେ ଥିବା ନେଇ ଆସିକା ପୋଲସକୁ ସୂଚନା ମିଳିଥିଲା। ଫଳରେ ଚାରି ମାଇଲ ଛକକୁ ଆସିକା ପୋଲିସ ସଦଳବଳେ ପହଞ୍ଚି ଉଭୟକୁ ଆତ୍ମ ସମର୍ପଣ ପାଇଁ କହିଥିଲେ କିନ୍ତୁ କୃଷ୍ଣ ଓ ସୁନୀଲଙ୍କ ଝାମ୍ପ ମାରିଥିଲେ ଯାହା ଫଳରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଯିବାରୁ ପୋଲିସ ଏନକାଉଣ୍ଟର କରିଥିଲା। ପୋଲିସ ଏନକାଉଣ୍ଟରରେ ଦୁଇ ଭାଇ ଆହତ ହୋଇଥିବାରୁ ପ୍ରଥମେ ଆସିକା ମେଡ଼ିକାଲ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଵା ସୂଚନା ରହିଛି। ସେମାନଙ୍କ ନିକଟରୁ ଆସିକା ପୋଲିସ ଦୁଇଠି ବନ୍ଧୁକ, ଅଫୁଟା ଗୁଳି, ଗୋଟିଏ ବାଇକ ଓ ୧୭ ହଜାର ୫ ଶହ ଟଙ୍କା ଜବତ କରିଛି। ଏମାନଙ୍କ ନାମରେ ଆସିକା, ବ୍ରହ୍ମପୁର, ଭଞ୍ଜନଗର ଥାନାରେ ଲୁଟ ରାହାଜାନୀ ଭଳି ବହୁ ଅପରାଧିକ ମାମଲା ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top