ad
ଗଞ୍ଜାମ

ଆସିକା ନଗର ବିଜେଡିର ୱାର୍ଡ କମିଟି ସ୍ତରୀୟ କର୍ମୀ ସମ୍ମିଳନୀ

ଆସିକା,୨୮/୧୨(ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସିକା ବିଜୁ ଜନତା ଦଳ ନଗର ପକ୍ଷରୁ ୱାର୍ଡ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତାଲୁକା ଛକ ଠାରେ ଅନୁଷ୍ଟିତ ହୋଇଥିବା ଏହି ସମ୍ମିଳନୀରେ ବିଜେଡି ସଭାପତି ଜି.ସୂର୍ଯ୍ୟପ୍ରକାଶ ରାଓଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ନଗର ବିଜେଡି ସଭାପତି ସୂର୍ଯ୍ୟପ୍ରକାଶ ରାଓ ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ୱାର୍ଡ କମିଟି ସମ୍ମିଳନୀ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଆସିକା ବିଧାୟକ ଦେବରାଜ ମହାନ୍ତି, ବିଜେଡି ଜିଲ୍ଲା ସମ୍ପାଦକ ନିରଞ୍ଜନ ସାହୁ, ବିଜେଡି ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ମନୋରଞ୍ଜନ ପଣ୍ଡା, ବିପିନ ବିହାରୀ ପାଢୀ, ବିଜେଡି ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ବିଜୟ କୁମାର ସାହୁ, ଆସିକା ଏନଏସି ପୂର୍ବତନ ଅଧ୍ୟକ୍ଷା ମଧୁସ୍ମିତା ପୋଲାଇ, ଏନଏସି ଉପାଧ୍ୟକ୍ଷା ଏନ.ରେଣୁବାଳା ରେଡି, ଆସିକା ଜୋନ ନମ୍ବର-୩ ଜିଲ୍ଲା ପରିଷଦ ଶିବଶଙ୍କର ମହାନ୍ତି, ଜୋନ ନମ୍ବର-୨ ଜିଲ୍ଲା ପରିଷଦ ଗୈାରହରି ବେହେରା, ଜୋନ ନମ୍ବର-୧ ଜିଲ୍ଲା ପରିଷଦ କୋକରାମ ଜେନା, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ତଥା ବରଗାଁ ସମିତିସଭ୍ୟ ଶିବ ନାହାକ, ଆସିକା ବ୍ଲକ ବିଜେଡି ଯୁବ ସଭାପତି ଅନିଲ କୁମାର ନାହକ, ବ୍ଲକ ବିଜେଡି ସଭାପତି ବିଦ୍ୟାନ୍ତ ଚର୍ଚ୍ଚି, ଆସିକା ଏନଏସି ବିଜେଡି ମହିଳା ସଭାପତି ତେଜୁବାଇ ଦୋରା, କବିସୂର୍ଯ୍ୟନଗର ବ୍ଲକ ସଭାପତି ସୁରଥ ପ୍ରଧାନ, ସମ୍ପାଦକ ସତ୍ୟବାନ ସାହୁ, ଉପସଭାପତି ବିଜୟ କୁମାର ସାହୁ, ସହସମ୍ପାଦକ ଶଙ୍କର ମହାରଣା, କବିସୂର୍ଯ୍ୟନଗର ବିଜୁ ଜନତା ଦଳ ନଗର ଯୁବ ସଭାପତି ବ୍ରଜ ସୁନ୍ଦର ମଲ୍ଲିକ, ଯୁଗ୍ମ ସମ୍ପାଦକ ବାବୁନା ଦାଶ , ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ଯୁବ ନେତା ଟୁନା ବିଶ୍ୱାଳ, ଲାଲାଶାସନ ୱାର୍ଡ ନମ୍ବର-୧୭ ପୂର୍ବତନ କାଉନସିଲର ପ୍ରମୋଦ ତ୍ରିପାଠୀ, ପୂର୍ବତନ କାଉନସିଲର ରବିନ୍ଦ୍ର ନାଥ ପୋଲାଇ, ଆସିକା ବସ ମାଲିକ ସଂଘ ଜୋନ ନମ୍ବର-୫ ସମ୍ପାଦକ ସନ୍ତୋଷ କୁମାର ପୋଲାଇ, ଦେବଭୂମି ସରପଚଂ ବିଜୟ କୁମାର ଦଳେଇ, ପୂର୍ବତନ କାଉନସିଲର ବାସନ୍ତି ପାତ୍ର, ୱାର୍ଡ ନମ୍ବର – ୧୬ ପୂର୍ବତନ କାଉନସିଲର ପୁଷ୍ପାଞ୍ଜଳୀ ବିଶ୍ୱାଳ, କୈାଳାସ ପ୍ରଧାନ, ଆସିକା ନଗର ବିଜୁ ଛାତ୍ର ଜନତା ଦଳ ସଭାପତି ନିଗମାନନ୍ଦ ରାଉତ, ବିଜୁ ଯୁବ ବାହିନୀ ଆସିକା ଜିତେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତି ରହିଥିଲେ ।

ଏହି ବୈଠକରେ ସ୍ଥାନୀୟ ବିଧାୟକ ଦେବରାଜ ମହାନ୍ତି ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ଆଲୋକପାତ କହିଥିଲେ । ଏହା ସହିତ ଦଳିୟ ନୀତି ଓ ସରକାରଙ୍କ ଜନହିତକାରୀ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ।

ପ୍ରକାଶ ଥାଉ କି ନିକଟରେ ବିଜୁ ଜନତା ଦଳ ୨୧ ବର୍ଷ ପୁରୀ ୨୨ ବର୍ଷରେ ପାଦ ଥାପି ଥିବା ବେଳେ ସାଧାରଣ ଜନତାଙ୍କ ହିତପାଇଁ ଏହି ଦଳ ସର୍ବଦା ଆଗରେ ରହିଛି ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଶିଳ୍ପାୟନ, ହରିଶ୍ଚନ୍ଦ୍ର ସହାୟତା ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ଟଙ୍କାକିଆ ଚାଉଳ, ଆହାର ଯୋଜନା, ମିଶନ୍ତ ଶକ୍ତି, ବିଜୁ କୃଷକ କଲ୍ୟାଣ ଯୋଜନା ସମେତ ଅନ୍ୟାନ୍ୟ ଯୋଜନା ଉପରେ କହିଥିଲେ ।

ଏହି କର୍ମୀ ସମ୍ମିଳନୀରେ ଆସିକା ଏନଏସିର ପ୍ରତ୍ୟେକ ୱାର୍ଡରୁ ୨୧ ଜଣିଆ ବୁଥ କମିଟି ଘୋଷଣା କରାଯାଇଥିଲା । ଏହି କମିଟି ନିଜ ୱାର୍ଡର ସମସ୍ତ ଉନ୍ନୟନ କାର୍ଯ୍ୟ ସାଙ୍ଗକୁ ଆଗାମୀ ନିର୍ବାଚନ କାର୍ଯ୍ୟ ଦାୟିତ୍ୱ ନେବେ ବୋଲି ଘୋଷଣା କରାଯାଇଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top