ଓଡ଼ିଶା

ଆସିକା ଚିନିଶିଳ୍ପରେ ଆଉଟ ସୋର୍ସଂ ଠିକା ଶ୍ରମିକ ସଂଘର ଧାରଣା ୧୪ ଦିନରେ ପହଞ୍ଚିଲା

ଆସିକା ୧୧-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଆସିକା-ଆସିକା ଆଉଟ ସୋର୍ସଂ ଠିକା ଶ୍ରମିକ ସଂଘ ପକ୍ଷରୁ ଚିନି ଶିଳ୍ପ ଫାଟକ ସମ୍ମୁଖରେ ଦ୍ଵିତୀୟ ଥର ପାଇଁ ଚାଲିଥିବା ଅନିଧିଷ୍ଟକାଳ ଧାରଣା ୧୪ ଦିନରେ ପହଞ୍ଚିଛି। ସଂଘର ସଭାପତି ରାଘବ କୁମାର ନାହାକ ନେତୃତ ଧାରଣା ଦିଆଯାଉଛି। ଆନ୍ଦୋଳନ ସ୍ଥଳରେ ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ର ତଳେ ଚିନି ଶିଳ୍ପରେ କାର୍ଯ୍ୟରତ ସମସ୍ତ ଆଉଟ ସୋର୍ସଂ ଠିକା ଶ୍ରମିକ ସଂଘର କର୍ମକର୍ତ୍ତା ଦିନ ତମାମ ଧାରଣାରେ ବସିଛନ୍ତି। ଗତ ଜୁଲାଇ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଆଠଦଫା ଦାବି ନେଇ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ସମାଧାନ ପାଇଁ ଗତ ଜୁଲାଇ ୧୩ ତାରିଖ ଚିନି ଶିଳ୍ପ ପରିଚାଳକ ପରିଷଦ ଚିନି ଶିଳ୍ପ ପରିଚାଳକ କର୍ତ୍ତୃପକ୍ଷ ଓ ସଂଘ ପକ୍ଷରୁ ଆଠ ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇ ଜୁଲାଇ ୩୧ ତାରିଖ ସୁଦ୍ଧା କାର୍ଯ୍ୟକାରି କରିବା ପାଇଁ ପ୍ରତିଶୁତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦାବି ପୂରଣ ହେଇନଥିବାରୁ ସଂଘ ପକ୍ଷରୁ ଦ୍ଵିତୀୟଥର ପାଇଁ ଚିନି ଶିଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକ ଧାରଣାରେ ବସିଛନ୍ତି। ଆଜି ସୁଦ୍ଧା ଚିନି ଶିଳ୍ପ କର୍ତ୍ତୃପକ୍ଷ କୌଣସି ଆଲୋଚନା କରିନଥିବା ଯୋଗୁଁ ଏହି ଆନ୍ଦୋଳନ ଦାବି ସଫଳ ହେବା ଯାଏଁ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top