ଆସିକା ଏନଏସିରେ ସ୍ୱାୟତ୍ତଶାସନ ଦିବସ ପାଳିତ

ଆସିକା ୧-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଆସିକା ଏନଏସିରେ ସ୍ୱାୟତ୍ତଶାସନ ଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଦେବରାଜ ମହାନ୍ତି ଯୋଗଦେଇ ପରିଷଦ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପରିମଳ ସଚେତନ ସ୍ଲୋଗାନ ଦେଇ ସହର ପରିକର୍ମା ହୋଇଥିଲା। ସନ୍ଧ୍ୟାରେ ସ୍ଥାନିୟ ଅଶୋକ ସିନେମା ହଳରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ପରିଷଦ ଅଧ୍ୟକ୍ଷା ମଧୁସ୍ମିତା ପଲେଇ, ଥାନା ଅଧିକାରୀ ସନ୍ତୋଷ କୁମାର ଜେନା, ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର, ଉପାଧ୍ୟକ ରେଣୁବାଳା ରେଡି, କାଉନସିଲର ରବୀନ୍ଦ୍ର ନାଥ ପୋଲାଇ,ପ୍ରମୋଦ କୁମାର ତ୍ରିପାଠୀ, ସରୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *