ଓଡ଼ିଶା

ଆସିକାରେ ଦୁର୍ଘଟଣା, ଗାଡ଼ି ଓଲଟି ୧୭ କାଉଡ଼ିଆ ଆହତ

ଆସିକା ୩୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଶ୍ରାବଣ ମାସରେ ମହାଦେବ ଶିବଙ୍କୁ ଜଳ ଲାଗି କରିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ୧୭ କାଉଡ଼ିଆ।

ଧରାକୋଟର ବୋଲବମ୍ ଦଳ ଗତକାଲି ଏକ ଟାଟା ମ୍ୟାଜିକରେ ଆସିକା ପୁଡ଼ୁଗେଶ୍ୱରପଲ୍ଲୀ ସ୍ଥିତ ବଡ଼ନଦୀ ଓ ଋଷିକୁଲ୍ୟା ସଙ୍ଗମସ୍ଥଳକୁ ଆସୁଥିଲେ। ସେଠାରୁ ଜଳାଭାର ନେଇ ଧରାକୋଟ ସ୍ୱପ୍ନେଶ୍ୱର ମନ୍ଦିରକୁ ଯିବାର ଥିଲା। ଅପରାହ୍ନ ପ୍ରାୟ ୩ଟାବେଳେ ଆସିକା ନିକଟ ଢଉଗାଁ ଛକରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା। ଗାଡ଼ିରେ ବସିଥିବା କାଉଡ଼ିଆ ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଆହତଙ୍କ ମଧ୍ୟରୁ ବୁଲୁ ଗୌଡ଼, ବଳରାମ ଭୂୟାଁ, ଅର୍ଜୁନ କହଁର, ବସନ୍ତ ଭୂୟାଁ ଓ ଗଣେଷ ପ୍ରଧାନଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ପଠାଇ ଦିଆଯାଇଛି। ରୁନୁ କହଁର, ପୀତବାସ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଆଲୋକ ମହାପାତ୍ର, ସୁନିତା ଗୌଡ଼, କୃଷ୍ଣ ଭୂୟାଁଙ୍କୁ ଆସିକାରେ ଚିକିତ୍ସିତ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top