ଓଡ଼ିଶା

ଆସାରାମ କେସ : ଜୋଧପୁର ଜେଲରେ ପହଁଞ୍ଚିଲେ ବିଚାରପତି, କିଛି ସମୟ ପରେ ଆସିପାରେ ନିଷ୍ପତି

ଯୌନ ଶୋଷଣ ଆରୋପରେ ପ୍ରାୟତଃ ୫ ବର୍ଷରୁ ଅଧିକ ସମୟ ଜେଲରେ ବନ୍ଦ ଆସାରାମ ଉପରେ ଆଜି ଜୋଧପୁର କୋର୍ଟ ନିଜର ରାୟ ଶୁଣାଇବେ। କୋର୍ଟ ଜେଲରେ ହିଁ ଲାଗିବ ଏବଂ ଜେଲ ଭିତରେ ହିଁ ନିଷ୍ପତି ଶୁଣାଯିବ।

ମୁଖ୍ୟ କଥା:
୨୦୧୩ ରେ ୧୬ ବର୍ଷର ଅନୁଗାମୀଙ୍କ ସହ ଯୌନ ଶୋଷଣର ଆରୋପ
ଆସାରାମ ୨୦୧୩ ରୁ ହିଁ ଜେଲରେ ବନ୍ଦ
୯ ସାକ୍ଷୀଙ୍କ ଉପରେ ଆକ୍ରମଣ, ୩ ଜଣଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ): ଯୌନ ଶୋଷଣ ଆରୋପରେ ପ୍ରାୟତଃ ୫ ବର୍ଷରୁ ଅଧିକ ସମୟ ଜେଲରେ ବନ୍ଦ ଆସାରାମ ଉପରେ ଆଜି ଜୋଧପୁର କୋର୍ଟ ନିଜର ରାୟ ଶୁଣାଇବେ। କୋର୍ଟ ଜେଲରେ ହିଁ ଲାଗିବ ଏବଂ ଜେଲ ଭିତରେ ହିଁ ନିଷ୍ପତି ଶୁଣାଯିବ। ପୁଲିସ ଆସାରାମ ଏବଂ ତା’ର ୪ ସେବାକର୍ମୀଙ୍କ ବିରୁଦ୍ଧରେ ନଭେମ୍ବର ୨୦୧୩ ରେ ଚାର୍ଜସିଟ ଦାଖଲ କରିଥିଲା। ଏହି କେସରେ ସର୍ବମୋଟ ୫୮ଜଣ ସାକ୍ଷୀ ଅଛନ୍ତି। ଆସାରାମ ବିରୁଦ୍ଧରେ ଯେଉଁ ଧାରାରେ ମାମଲା ରୁଜୁ ହୋଇଛି, ସେଥିରେ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତର ଦଣ୍ଡ ଶୁଣାଯାଇପାରେ। ଆସାରାମ ଉପରେ ନିଷ୍ପତିକୁ ନେଇକରି ଜୋଧପୁରକୁ ଏକ ପୋଲିସ୍ ଛାଉଣୀରେ ପରିବର୍ତ୍ତନ କରାଯାଇଛି। ସମ୍ପୂର୍ଣ୍ଣ ସହରରେ ୧୪୪ ଧାରା ଲାଗୁ ହୋଇଛି। ପୁଲିସ ଏବଂ ସୁରକ୍ଷାବଳର ଜବାନ ଫ୍ଲାଗ ମାର୍ଚ୍ଚ କରୁଛନ୍ତି। ପ୍ରତ୍ୟେକ ମେନ୍ ଗେଟ୍ ରେ ଲୋକଙ୍କର ତଲାସୀ କରାଯାଉଛି। ଆସାରାମର ଜୋଧପୁରର ଆଶ୍ରମକୁ ମଧ୍ୟ ଖାଲି କରାଯାଇଛି।

– ଆସାରାମଙ୍କର ସମର୍ଥକ ଜୋଧପୁର ସେଣ୍ଟ୍ରାଲ ଜେଲରେ ପହଁଞ୍ଚିଲେ ପୁଲିସ ସେମାନଙ୍କୁ ଅଟକ ରଖିଛି।

– ନିଷ୍ପତି ଶୁଣାଇବାକୁଥିବା ବିଚାରପତି ଜୋଧପୁର ସେଂଣ୍ଟ୍ରାଲ ଜେଲରେ ପହଁଞ୍ଚିଲେ, କିଛି ସମୟ ପରେ ଶୁଣାଇବେ ନିଷ୍ପତି

– ଜୋଧପୁର ଜେଲ ବାହରେ ସୁରକ୍ଷା ବଢ଼ାଇ ଦିଆଯାଇଛି

– ୨୦୧୩ ରେ ୧୬ ବର୍ଷର ଅନୁଗାମୀଙ୍କ ସହିତ ରେପର ଆରୋପ
– ଆସାରାମ ୨୦୧୩ ରୁ ହିଁ ଜେଲରେ ବନ୍ଦ
– ୯ ସାକ୍ଷୀଙ୍କ ଉପରେ ଆକ୍ରମଣ ହୋଇଛି, ୩ ଜଣ ଙ୍କର ମୃତ୍ୟୁ
– ଜୋଧପୁର କୋର୍ଟ ପରିସରରେ ଜଣେ ସାକ୍ଷାଙ୍କୁ ଛୁରା ମରା ଯାଇଥିଲା
– ପୀଡ଼ିତ ପରିବାରର ଆରୋପ- ଜୀବନରେ ମାରିଦେବାର ଧମକ ମିଳୁଛି
– ପୁଲିସ ଏବଂ ଏପରିକି ବିଚାରପତିଙ୍କୁ ମଧ୍ୟ ଧମକ ମିଳିଛି

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top