ଓଡ଼ିଶା

ଆସନ୍ନ ପରାଜୟରେ ଭୟଭିତ ହୋଇ ପ୍ରଶାସନକୁ ଲଗାଇ ଜିତିବା ପାଇଁ ଚାହୁଁଛି ବିଜେଡି : ପିତାମ୍ବର ଆଚାର୍ଯ୍ୟ

– ବିଜେପୁରରେ ଶାସକ ବିଜୁ ଜନତା ଦଳ ନିଜର ପରାଜୟ ଆସନ୍ନ ଜାଣି ଆଉ କୌଣସି ରାସ୍ତା ନପାଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରୁଛି
– ଜିଲ୍ଲା ପୋଲିସ ଏବେ ବିଜେଡିର ନିର୍ବାଚନ ଦାୟିତ୍ୱ ନେଇଛି
– ବିଜୁ ଜନତା ଦଳ ହେଉଛି କଳାଟଙ୍କାର ସୌଦାଗର

ଭୁବନେଶ୍ୱର/ବିଜେପୁର, ତା.୨୦/୦୨(ଓଡ଼ିଆ ପୁଅ): ବିଜେପୁର ଉପ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ନିଜର ଆସନ୍ନ ପରାଜୟ ଜାଣି ଭୟଭୀତ ହୋଇ ଆଉ କୌଣସି ରାସ୍ତା ନପାଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରିବା ସହ ଗଣତନ୍ତ୍ରର ନ୍ୟୁନତମ ଶାଳିନତାକୁ ଭୁଲିଯାଇଛି ବୋଲି ଆଜି ବିଜେପୁର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଶାସକ ବିଜେଡି ଗାଇସିଲେଟ ବ୍ଲକରେ ଥିବା ବିଜେପି ଦଳିୟ କାର୍ଯ୍ୟାଳୟରେ ବିନା କାରଣରେ ପୋଲିସ ଲଗାଇ ଚଢାଉ କଲେ। କିଛିବି ବାହାରିଲା ନାହିଁ। ବିଜେପି ଦଳର ଜଣେ ବରିଷ୍ଠ ନେତା ଶିରିଷ ବହିଦାରଙ୍କ ଘରେ ବିନା ସର୍ଚ ୱାରେଂଟରେ ପୋଲିସ ଖାନତଲାସ କଲା। ପୋଲିସ ପ୍ରଶାସନ ବିନା ମହିଳା ପୋଲିସରେ ବହିଦାରଙ୍କ ଘରେ ପଶି ମହିଳାମାନଙ୍କୁ ଦୁର୍ବବ୍ୟହାର କଲେ ହାତ ଧରି ଟାଣିଲେ। ହେଲେ କିଛି ପାଇଲେ ନାହିଁ।

ସେହିପରି ପୋଲିସ ମଧ୍ୟ ଓମ ପ୍ରକାଶ ଅଗ୍ରଓାଲ ଏବଂ ତାଙ୍କ ବାପାଙ୍କ ଠାରୁ ଜବତ ହୋଇଥିବା ଟଙ୍କାକୁ ସେମାନଙ୍କ ଉପରେ ଚାପ ପକାଇ ବାଧ୍ୟ କରୁଛି କହିବାକୁ ଯେ ଏହି ଟଙ୍କା ହେଉଛି ବିଜେପି ଟଙ୍କା। ଜବତ ହୋଇଥିବା ୪୦ ଲକ୍ଷ ଟଙ୍କାର ଉତ୍ପତି ଓ ଗନ୍ତବ୍ୟ ସ୍ଥଳ ସମ୍ବନ୍ଧରେ ବିନା ତଦନ୍ତରେ ସ୍ଥାନୀୟ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଏହି ଟଙ୍କା ବିଜେପିର ନିର୍ବାଚନ ପ୍ରଚାରରେ ଲାଗିବା ପାଇଁ ଦେଇଥିବା ରିପୋର୍ଟ ଓ ବୟାନ ସ୍ପଷ୍ଟ କରୁଛି କି ଜିଲ୍ଲା ପୋଲିସ ଏବେ ବିଜେଡିର ନିର୍ବାଚନ ଦାୟିତ୍ୱ ନେଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳ ଗୋଟିଏ କୁହେଳିକା ସୃଷ୍ଟି କରିବା ପାଇଁ ଚାହୁଁଛି କି ବିଜେପୁରରେ ବିଜେପି ଟଙ୍କା ଗୁଡିକ ବାଂଟୁଛି। ହେଲେ କଳାଟଙ୍କାର ସୌଦାଗର ଯଦି କିଏ ଥାଏ ତାହେଲେ ଏହା ହେଉଛି ବିଜୁ ଜନତା ଦଳ। ଖଣି ଚୋରି ଠାରୁ ଆରମ୍ଭ କରି ପାଣି ଚୋରି ସବୁଥିରେ ଏହି ଦଳ ସମ୍ପୃକ୍ତ।

ବିଜୁ ଜନତା ଦଳର ଏବଂ ତାଙ୍କ ଶାସନାଧୀନ ସରକାରଙ୍କର ସାମାନ୍ୟତମ ଗଣତାନ୍ତ୍ରିକ ଶିଷ୍ଟାଚାର ନାହିଁ ଏବଂ ପ୍ରଜାତନ୍ତ୍ରରେ ବିରୋଧୀ ଦଳକୁ କି ପ୍ରକାର ସମ୍ମାନ ଦିଆଯାଏ ତାହା ତାଙ୍କୁ ଜଣା ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top