ଆସନ୍ତା ୯ ତାରିଖ ଦିନ କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ କୃଷକ ସେଲ

ଗତବର୍ଷର ପ୍ରଧାନ ମନ୍ତ୍ରୀ ଫସଲବୀମା ଯୋଜନାରୁ ଚାଷୀ ୧୩୦୦ କୋଟି ଟଙ୍କା ପାଇବାରୁ ବଂଚିତ

ଭୁବନେଶ୍ୱର ୮.୭ (ଓଡ଼ିଆ ପୁଅ) – ଚଳିତ ଖରିଫ୍ ଚାଷରେ ସରକାରଙ୍କ ଚାଷୀଙ୍କ ପ୍ରତି ଅବହେଳା ଯୋଗୁଁ ସାରା ରାଜ୍ୟରେ ଖରିଫ ଚାଷ ବ୍ୟାହାତ। ବିଳମ୍ବ ମୌସୁମୀ ଯୋଗୁଁ ଚାଷୀ ପୂର୍ବରୁ ନେଇଥିବା ସରକାରୀ ବିହନ ବହୁସ୍ଥାନରେ ଗଜାମରୁଡ଼ି ହୋଇଛି। ଚାଷୀଙ୍କ ଚାହିଦା ଅନୁଯାୟୀ ସରକାର ବିହନ ଯୋଗାଇ ପାରୁ ନଥିବା ବେଳେ ରାଜ୍ୟ କୃଷି ମନ୍ତ୍ରୀ ବିହନ ମହଜୁତ ଅଛି ବୋଲି କେବଳ ବାହାସ୍ପପୋଟ ମାରୁଛନ୍ତି। ସେହିପରି ୨୦୧୭ ଖରିଫ ଚାଷରେ ଚକଡ଼ା ପୋକ, ଅଦିନିଆ ବର୍ଷା ଓ ମରୁଡ଼ି ଯୋଗୁଁ ମୋଟ ଚାଷଜମିର ୧୫ ଲକ୍ଷ ହେକ୍ଟରୁ ଅଧିକ ଚାଷ କ୍ଷତିଗ୍ରସ୍ତ। ପ୍ରଧାନ ମନ୍ତ୍ରୀ ଫସଲବୀମା କ୍ଷତିପୂରଣ ବାବଦକୁ କ୍ଷତିଗ୍ରସ୍ତ ଚାଷୀ ପ୍ରାୟ ୧୭୦୦ କୋଟି ଟଙ୍କା ଗତ ଏପ୍ରିଲ ମାସ ସୁଦ୍ଧା ପାଇବା କଥା କିନ୍ତୁ କ୍ଷୋଭର ବିଷୟ ଜୁଲାଇ ୫ ତାରିଖ ମଧ୍ୟରେ ଚାଷୀଙ୍କୁ ମାତ୍ର ୪୦୦ କୋଟି ଟଙ୍କା ବଣ୍ଟନ କରାଯାଇଛି। କୃଷି ସମନ୍ୱୟ ଓ ରାଜସ୍ୱ ବିଭାଗ ଭିତରେ ତାଳମେଳ ନଥିବା ଓ ଠିକଣା ସମୟରେ ଫସଲ କଟା ରିପୋର୍ଟ ପ୍ରସ୍ତୁତିରେ ଅବହେଳା ଯୋଗୁଁ ବୀମା କମ୍ପାନୀ ଓ ବିଭାଗ ମଧ୍ୟରେ ସମନ୍ୱୟ ନରହିବା ଫଳରେ ଚାଷୀ ଗତବର୍ଷର ୧୩୦୦ କୋଟି ବୀମା ସହାୟତା ପାଇବାରୁ ବଂଚିତ। ଯାହାଫଳରେ ଚାଷୀ ଚଳିତ ଖରିଫ ଚାଷ କରିବାପାଇଁ ବହୁ ଅସୁବିଧାର ସମ୍ମୁଖିନ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହିତ ମୋଦୀ ସରକାରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ସଠତା ଯୋଜନା ବୋଲି କହିଛନ୍ତି। କାଳ ବିଳମ୍ବ ନକରି ସରକାର ଚାଷୀଙ୍କ ଠାରୁ କୃଷିଋଣ ଛାଡ଼ ଆବଶ୍ୟକ ପରିମାଣର ବିହନ, କୃଷି ଋଣ ଓ ଫସଲବୀମା କ୍ଷତିପୂରଣ ରାଶୀ ତୁରନ୍ତ ଯୋଗାଇ ଦେବାକୁ କଂଗ୍ରେସ କୃଷକ ସେଲ ପକ୍ଷରୁ ଦୃଢ଼ଦାବି କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଆସନ୍ତା ଜୁଲାଇ ୯ତାରିଖ ଠାରୁ କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କୃଷକ ସେଲ ପକ୍ଷରୁ ଚାଷୀଙ୍କ ହକ୍ପାଇଁ ବିକ୍ଷୋଭ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ କଳାହାଣ୍ଡି ଜିଲା କୃଷକ ସେଲ ସଭାପତି ସଚିଦାନନ୍ଦ ମହାକୁଡ଼ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *