ଜିଲ୍ଲା ପରିକ୍ରମା

ଆସନ୍ତା ମାସରେ ଗୁରୁପ୍ରୀୟା ସେତୁ ଉଦଘାଟନ, ମାଓଭୟ ଥିବାରୁ ସୁରକ୍ଷା ସହିତ ୬ଟି ସିସି ଟିଭି କ୍ୟାମେରା ଲାଗିଲା

ମାଲକାନଗିରି ,୧୫ା୫ (ଓଡିଆ ପୁଅ / ଆର.କେ.ଦାଶ ) ବହୁପ୍ରତିକ୍ଷୀତ ଗୁରୁପ୍ରୀୟା ସେତୁ  ଇତି ମଧ୍ୟରେ ନିର୍ମାଣ ସରି ଯାଇଛି ,ଜୁନମାସରେ ମୁଖ୍ୟମନ୍ତ୍ରୀ  ଏହି ସେତୁକୁ ଉଦଘାଟନ କରିବା ପାଇଁ  ନିସ୍ପତି ନିଆ ଯାଇ  ପ୍ରସ୍ତୁତି ପର୍ବ ଚାଲିଛି , ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଲାଇଫଲାଇନ କୁହା ଯାଉଥିବା ଗୁରୁପ୍ରୀୟା ସେତୁ ଇତି ମଧ୍ୟରେ ନିର୍ମାଣ ସରି କେବଳ ଉଦଘାଟନିକୁ ଅପେକ୍ଷା କରିରହିଥିବା ବେଳେ ସେତୁ ପ୍ରତି  ମାଓଭୟ ଥିବାରୁ ସେତୁ ଚର୍ତୁପାଶ୍ୱର୍ରେ ହାଲୋଜେନ ଉଜ୍ୱଳ ଆଲୋକ ସହ ୬ଟି ସିସି ଟିଭି କ୍ୟାମେରା ଲଗା ଯିଇ ୨୪ଘଣ୍ଟିଆ ବିଏସଏଫ ଜବାନ ମାନଙ୍କ ପଇଁତରାସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି  । ସୁଚନା ଯୋଗ୍ୟ ଯେ ବହୁପ୍ରତିକ୍ଷିତ  ଗୁରୁପ୍ରୀୟା ସେତୁ  ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବିନପଟନାୟକ ଙ୍କ ଦ୍ୱାରା ଉଦଘାଟନ କରାଯିବାପାଇଁ ଯୋଜନା ରହିଛି ।ସେତୁରେ ଚୁନ ଓ ରଙ୍ଗ ଦେବାସହିତ ସେତୁର ବକେୟା କାମ ଓ ଉଭୟ ପାଶ୍ୱ ର୍ର ରାସ୍ତାଗୁଡିକୁ ଯୁଦ୍ଧକାଳିନ ଭିତିରେ ପିଚୁ ସରି ଯାଇଛି ।  ବିଛିନ୍ନାଚଂଳବାସୀ ଜୀବନରେ କେବେ ବି ସିସିଟିଭି କ୍ୟାମେରା ଦେଖି ନଥିବାରୁ ଏହା କିପରି ଦେଖିବା ପାଇଁ ଗୁରୁପ୍ରୀୟା ସେତୁସ୍ଥଳରେ ପ୍ରତି ଦିନ ଭିଡଜମାଉ ଥିବାର ଦେଖିବାକୁ ମିଳୁଛି । । ସେତୁ ନିର୍ମାଣରେ ମାଓବାଦୀ ଙ୍କ ଧମକ ଓ ନିମ୍ମମାନର କାମପାଇଁ ବାରମ୍ବାର ପାଇଲିନ, ଛାତ ଭୁଷୁଡି ପଡିବା ଦ୍ୱାରା ନିର୍ଧାରିତ ସମୟ ମଧ୍ୟରେ ସରିବାରେ ପ୍ରତିବନ୍ଧକ ଥିଲା । ବୁହୁ ବାଧା ବିଘ୍ନସ୍ୱତ୍ୱେ ଇତି ମଧ୍ୟରେ ଗୁରୁପ୍ରୀୟସେତୁ ନିର୍ମାଣ କାମ ସରି ଯାଇଛି ।  ଦୀର୍ଘ  ୪୫ ବର୍ଷଧରି ଚିତ୍ରକୋଣ୍ଡା ବିଛିନ୍ନାଚଂଳବାସୀ ଜଳବନ୍ଦି ଜୀବନ ବିତାଉଥିବା ୬ଟି ଗ୍ରାମ ପଚାଂୟତ ୧୫୧ଖଣ୍ଡ ଗ୍ରାମବାସୀଙ୍କ ନିମନ୍ତେ ସ୍ଥଳପଥରେ ଗମନାଗନର ସୁବିଧା କରିବାପାଇଁ ରାଜ୍ୟସରକାର ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟରେ ଥିବା ଗୁରୁପ୍ରୀୟା ନଦୀ ଜାନବାଇଘାଟ ଠାରେ ସେତୁ ନିର୍ମାଣ  କାମ ଗତ୨୦୧୪ମସିହାରୁ ଆରମ୍ଭ ହୋଇଥିଲା, ଏହି ସେତୁ ନିର୍ମାଣ ପାଇଁ ବ୍ୟୟଅଟକଳ ୫୨କୋଟି ରୁ ବୃଦ୍ଧି କରା ଯାଇ ଏବେ ୧୭୨କୋଟିରେ ପହଁଚିଛି । ସେତୁନିର୍ମାଣ ପାଇଁ ନୁତନ ଭାବେଗତ୨୦୧୪ମସିହାରେ ଟେଣ୍ଡେର ନେଇଥିବା କଲିକତାର ରୟାଲ ଇନଫୋ କମ୍ପାନ ି  କାମ କରିଛନ୍ତି ।

ଏହି ସେତୁ ନିର୍ମାଣ ୩୬ ମାସ ଯଥା ୨୦୧୭ମସିହା ସେପ୍ଟେମ୍ବରମାସ ମଧ୍ୟରେ ଶେଷକରା ଯିବ ବୋଲି ସଂପୃକ୍ତ କମ୍ପାନି ସରକାରଙ୍କ ସହିତ ଚୁକ୍ତିକରିଥିଲେ । ହେଲେ ୨୦୧୮ ମସିହା ଏପ୍ରୀଲ  ମାସ ରେ ସେତୁକାମ ସରିଲା  । ଗତ ବର୍ଷ ସେତୁ ନିର୍ମାଣ ସମୟରେ ଦୁଇଟି ପାଇଲିନ ଭୁଷୁଡି ପଡିଥିଲା,ସେଥିରେ କାମ କିଛି ଦିନ ବନ୍ଦରହିଥିଲା । ତାପର ଠାରୁ ଅତ୍ୟାଧୁନିକ ଶୈଳିରେ ସେତୁ ନିର୍ମାଣ କାମଚାଲିଛି,ଏହି ସେତୁର ଲମ୍ବ୯୧୦ମିଟର ଓସାର ୭.୫ ମିଟର, ୧୪୨ଟି ପାଇଲିନ ୨୪ଟି ପିଲର କାମସରିଛି,ନଦୀ ଆରପାଶ୍ୱର୍ ପାପରମେଟଲା ପାଖରୁ ୧୨୦୦ମିଟର ରାସ୍ତାରେ ୬ଟିକଲଭଟ ନିର୍ମାଣ  କାମସରିଛି,ଏହି ସେତୁ ଅତ୍ୟାଧୁନିକ ଶୈଳିରେ ନିର୍ମାଣ ହୋଇଛି । ସୁଚନା ଯୋଗ୍ୟ ଯେ ୧୯୬୬ମସିହାରେ ଚିତ୍ରକୋଣ୍ଡା ବାଲିମେଳା ଜଲଭଣ୍ଡାର ପାଇଁ ବିସ୍ତାପିତ ହୋଇ ଅନେକ ଆଦିବାସୀ ଲୋକ ଜଳଭଣ୍ଡାର ଅପରପାଶ୍ୱର୍ ରେ ବିଛିନ୍ନ ଓ ଜଳବନ୍ଦୀ ହୋଇ  ଦୀର୍ଷ ୪୦ ବର୍ଷ ହେଲା କଳାପାଣିର ସଜା  ଜୀବନ ବିତାଉଛନ୍ତି । ଦେଶସ୍ୱାଧୀନ ହେବାର ୭୧ବର୍ଷ ହେଲା । ମୌଳିକସୁବିଧାରୁ ବଚିଂତ ଓ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଏବେ ବି ରହିଛନ୍ତି ମାଲକାନଗିରି ଜିଲ୍ଲା  ଚିତ୍ରକୋଣ୍ଡା ବିଛିନ୍ନାଚଂଳର  ୧୫୧ ଗ୍ରାମବାସି । ମାଛକୁଣ୍ଡ ଓ ବାଲିମେଳା ଡ୍ୟାମ ଯୋଜନାରେ ବିସ୍ତାପିତମାନଙ୍କ ଥଇଥାନ ଯୋଜନା ବିଫଳ ହୋଇଥିବାବେଳେ ପ୍ରକଳ୍ପ ଯୋଗୁ ଅନେକ ଗ୍ରାମ ବିଛିନ୍ନ ହୋଇ ଯୋଗାଯୋଗ ବିହୀନ ଭାବେ ରହିଛି ।ଯେଉଁମାନଙ୍କ ପାଇଁ ମାଛକୁଣ୍ଡ ଓ ବାଲିମେଳା ପାଓ୍ୟାରହାଉସ ରୁ ବିଦ୍ୟୁତ ଉତ୍ପନ୍ନ ହୋଇ ଦୁନିଆକୁ ଆଲୋକ ଦେଖାଇ ପ୍ରତି ଦିନ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇପାରୁଛି , ସେମାନଙ୍କୁ ଜଳବନ୍ଦୀ ରଖି ମୋଳିକ ସୁବିଧାରୁ ବଚିଂତ କାର ଯାଇଛି । ସେହିସବୁ ଗ୍ରାମକୁ ଗମନାଗମନର ଭରସା ଏକମାତ୍ର ଜଳପଥ,ବିପଦସଂଙ୍କୁଳ ଅବସ୍ଥାରେ ଜଳଭଣ୍ଡାର ମଧ୍ୟରେ ହୁଲି ଡଙ୍ଗାରେ ଦୈନଦିନ ଜଳ ଯାତ୍ରାକରିଥାନ୍ତି । ଏପରିକି ବିପଦ ପୁଣ୍ଣ ର୍ କାଠଡଙ୍ଗାରେ ମଟରସାଇକେଲ ଠାରୁ ଆରମ୍ଭକରି ସମସ୍ଥ ନିତ୍ୟ ବ୍ୟବହାର୍ଯ୍ୟ ଜନିଷ ନେଇଥାନ୍ତି ,ବିଛିନ୍ନାଚଂଳ ବାସୀ ଜଳଭଣ୍ଡାର ପାର ହୋଇ ଚିତ୍ରକୋଣ୍ଡାଞ୍ଚସ୍ପିଲେଓ୍ୟ ଲଚଂ ଘାଟକୁ କୁ ଆସିଲେ ହିଁ ସେମାନେ ବ୍ଲକ ଓ ଜିଲ୍ଲାକାର୍ଯ୍ୟଳୟକୁ ଯାଇପରିବେ ଓ ନିତ୍ୟବ୍ୟହାର୍ଯ୍ୟ ସାମଗ୍ରି କିଣିକି ନେବେ,ରୋଗି ମାନଙ୍କୁ ମଧ୍ୟ ଜଳଭଣ୍ଡାର ପାରିକରି ଆଣିଲେ ଚିତ୍ରକୋଣ୍ଡା କିମ୍ବା ମାଲକାନଗିରି ଡାକ୍ତରଖାନା କୁ ନେବେ ।୪୯୧୦ବର୍ଗ କି.ମି.ବିଶିଷ୍ଟ ଚିତ୍ରକୋଣ୍ଡାପରି ଏକ ବୃହତ ଜଳଭଣ୍ଡାର ଭିତରେ ଏବେବି ୭ଟିଗ୍ରାମପଚାଂୟତ ୧୫୧ଖଣ୍ଡଗ୍ରାମର ପ୍ରାୟ୩୦ହଜାରରୁ ଉର୍ଧ ଆଦିବାସୀ ଲୋକ ବିଛିନ୍ନହୋଇ ରହିଛନ୍ତି । ଗତ ୧୯୭୨ ମସିହାରେ ଆନ୍ଦ୍ରଓ ଓଡିଶା ସରକାର ଙ୍କ ମିଳିତ ଉଦ୍ୟମରେ ବିଛିନ୍ନାଚଂଳବାସିଙ୍କ ଯାତାୟତ ପାଇଁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ  ୭ଟି ମଟୋର ଲଚଂ ଚଳାଚଳପାଇଁ ବ୍ୟବସ୍ଥାକରା ଯାଇଥିଲା । ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଲଂଚଗୁଡିକ ମରାମତ କାରା  ନଯିବାରୁ ସେଗୁଡିକ ଭାଙ୍ଗିଗଲାଣି । ଏବେ ୭ଟି ଲଚଂ ମଧ୍ୟରୁ ମାତ୍ର ୪ଟି ଲଚଂ ନିୟମିତ ଭାବେ ଚଳାଚଳକରୁଛି । ବିଛି ନ୍ନାଚଂଳ ବାସୀଙ୍କ ଲାଇଫ ଲାଇନ ଗୁରୁପ୍ରୀୟା ସେତୁ ନିର୍ମାଣ ସରିଥିବାରୁ ଚିତ୍ରକୋଣ୍ଡା ଓ ବିଛି ନ୍ନାଚଂଳ ବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି ,ସେମାନଙ୍କ ଦୀର୍ଘବର୍ଷର ସ୍ୱପ୍ନ ସତ ହେବାକୁ ଯାଉଛି ଷ କେବଳ ସେତୁ ଉଦଘାଟନ ିହେବାପରେବିଛି ନ୍ନାଚଂ ଳ ବାସୀ ସିଧା ସଳଖ ଭାବେ ସ୍ଥଳ ପଥରେ ଯାନବାହନ ମାଧ୍ୟମରେ ନିଜ ଗାଁକୁ ଯାତାୟତ କରିବାପାରିବେ , ଜିଲ୍ଲାସଦର ମହକୁମା ଠାରୁ ବିଛି ନ୍ନାଚଂଳକୁ ସିଧାସଳଖ ଭାବେ ଏକ ସରକାରି ବସ ଚଳାଚଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନାରଖିଛନ୍ତି । ଏହି ସେତୁ ଦ୍ୱାରା ଓଡିଶା ଆନ୍ଦ୍ର ପ୍ରଦେଶକୁ ସ୍ଥଳ ପଥରେ କମ ଦୂରତା ରେ ସଂଯୋଗ ହୋଇପାରିବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top