ଆସନ୍ତାପୌର ନିର୍ବାଚନ ପାଇଁ ପ୍ରସ୍ତୁତିଜୋରଦାର ଖଡ଼ିଆଳବିଜ୍ଞାପିତ ଅଂଚଳ ୧୩ ୱାର୍ଡରୁ ୧୫ କୁବର୍ଦ୍ଧିତ

ଖଡିଆଳ/ନୂଆପଡା-୨୩.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡାଜିଲ୍ଲାରେ ୩ ଗୋଟିବିଜ୍ଞାପିତ ଅଂଚଳ ପରିଷଦ ଥିବାବେଳେ ୫ ଗୋଟି ପଂଚାୟତସମିତି ଅବସ୍ଥିତ । ନୂଆପଡ଼ାଜିଲ୍ଲା ଆଦିବାସୀ ଓ ପଛୁଆଶ୍ରେଣୀଲୋକ ଅଧିକବସବାସକରନ୍ତି । ବର୍ତ୍ତମାନ ଜିଲ୍ଲାରହାରାହାରି ୬ ଲକ୍ଷରୁ ଅଧିକଲୋକସଂଖ୍ୟାରହିଛି । ସେହିପରିଜିଲ୍ଲାରେ ୩ ଗୋଟିବିଜ୍ଞାପିତ ଅଂଚଳ ପରିଷଦ ନୂଆପଡ଼ା, ଖରିଆରରୋଡ଼ ଓ ଖଡ଼ିଆଳରହିଛି । ୩ ଗୋଟିମଧ୍ୟରୁ ଅଗ୍ରଣୀବିଜ୍ଞାପିତ ଅଂଚଳଭାବରେଖଡ଼ିଆଳବିଜ୍ଞାପିତ ଅଂଚଳକୁକୁହାଯାଏ । ଖଡ଼ିଆଳବିଜ୍ଞାପିତ ଅଂଚଳ ୨୦୧୫ ଜନଗଣନାହିସାବରେ ୧୫୦୬୬ ଲୋକସଂଖ୍ୟା ଥିବାବେଳେଏବେହାରାହାରି ୨୦୦୦୦ ରୁଉଦ୍ଧ୍ୱର୍ଲୋକସଂଖ୍ୟା ଥିବାଜଣାପଡ଼େ । ଆଗକୁପୌର ନିର୍ବାଚନ ପାଖକୁ ଆସୁଥିବାଯୋଗୁଁଖଡ଼ିଆଳବିଜ୍ଞାପିତକାର୍ଯ୍ୟାଳୟରେକାଗଜ ପତ୍ରସଜାଡ଼ିବାନେଇଚଳଚଂଚଳ ଦେଖା ଦେଇଛି । ପୌର ପରିଷଦକୁବିଭିନ୍ନୱାର୍ଡରେ ଓ ଆସନ ସଂରକ୍ଷଣଚିଠା ଅଧିସୂଚନା ପ୍ରକାଶ ପାଇବା ପରେଖଡ଼ିଆଳସହରରେ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନି ଓ ସମର୍ଥକଙ୍କମଧ୍ୟରେଉତ୍ସାହ ଦେଖା ଦେଇଛି । ଏକ ପ୍ରକାରରାଜନୈତିକ ଉଷ୍ଣତା ଦେଖିବାକୁମିଳିଛି । ସେହିଭଳିଏହି ପରିଷଦର ପୂର୍ବରୁ ୧୩ ଗୋଟିୱାର୍ଡ ଥିବାବେଳେବର୍ତ୍ତମାନ ୨ ଟିୱାର୍ଡବର୍ଦ୍ଧିତହୋଇଛି । ସେହିପରିୱାର୍ଡସଭ୍ୟସଭ୍ୟା ନିର୍ବାଚନ ଆସନ, ସରଂକ୍ଷଣଓଡ଼ିଶାପୌର ଅଧିନିୟମ ୧୯୫୦ ଧାରା ୧୨ ର ଉପଧାରା (୩) ଓ (୩କ) ତଥା ଓଡ଼ିଶାପୌରୱାର୍ଡଗୁଡ଼ିକରସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷମବିଜ୍ଞପ୍ତି ପ୍ରକାଶ ପାଇଛି । ୱାର୍ଡ ନଂ ୧ ପଛୁଆବର୍ଗମହିଳା, ୱାର୍ଡ ନଂ ୨ ଅନୁସୂଚିତଜାତିମହିଳା, ୱାର୍ଡ ନଂ ୩ ସାଧାରଣବର୍ଗ, ୱାର୍ଡ ନଂ୪ ଅନୁସୂଚିତଜାତି, ୱାର୍ଡ ନଂ ୫ ସାଧାରଣବର୍ଗ ଅଣସଂରକ୍ଷିତ, ୱାର୍ଡ ନଂ ୬ ସାଧାରଣବର୍ଗ ଅଣସଂରକ୍ଷିତ, ୱାର୍ଡ ନଂ ୭ ପଛୁଆବର୍ଗମହିଳା, ୱାର୍ଡ ନଂ ୮ ପଛୁଆବର୍ଗ, ୱାର୍ଡ ନଂ. ୯ ପଛୁଆବର୍ଗ, ୱାର୍ଡ ନଂ. ୧୦ ସାଧାରଣବର୍ଗମହିଳା ଅଣସଂରକ୍ଷିତ, ୱାର୍ଡ ନଂ. ୧୧ ଅନସୂଚିତଜନଜାତି, ୱାର୍ଡ ୧୨ ସାଧାରଣବର୍ଗମହିଳା ଅଣସଂରକ୍ଷିତ, ୱାର୍ଡ ନଂ ୧୩ ଅନୁସୂଚିତଜାତିମହିଳାଏବଂ ନୂତନ ଦୁଇଗୋଟିବର୍ଦ୍ଧିତୱାର୍ଡ ନଂ୧୪ ସାଧାରଣବର୍ଗମହିଳା ଅଣସଂରକ୍ଷିତ ଓ ୱାର୍ଡ ନଂ ୧୫ ସାଧାରଣବର୍ଗମହିଳା ଅଣସଂରକ୍ଷିତବୋଲିବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶପାଇବା ପରେଖଡ଼ିଆଳବିଜ୍ଞାପିତ ଅଂଚଳ ଏକ ପ୍ରକାରରାଜନୈତିକବାତାବରଣସରଗରମହୋଇ ପଡ଼ିଛି । ହେଲେ ଆଗକୁରାଜନୈତିକ ପାଣିପାଗକେଉଁରୂପ ନେଉଛିତାହା ଦେଖିବାବାକିରହିଛି ।

Leave a Reply

Your email address will not be published. Required fields are marked *