ଓଡ଼ିଶା

ଆସନ୍ତାକାଲି ଭୁବନେଶ୍ୱରରେ ପହଂଚିବ ଭାରତରତ୍ନ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥି କଳସ : ବିଜେପି

– ଆସନ୍ତା କାଲି ସଂଧ୍ୟାରୁ ଦଳୀୟ କାର୍ଯ୍ୟାଳୟ ପରିସରରେ ଭଜନ କୀର୍ତନ କାର୍ଯ୍ୟକ୍ରମ
– ଅଗଷ୍ଟ ୨୩ ତାରିଖରୁ ପୁରୀ ମହୋଦଧୀ ଅଭିମୁଖେ ଅସ୍ଥି କଳସ ଯାତ୍ରା
– ଅଗଷ୍ଟ ୨୪ ତାରିଖରେ ପ୍ରଦର୍ଶନୀ ପଡିଆ ଠାରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା
– ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହି ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଅନୁରୋଧ

ଭୁବନେଶ୍ୱର, ତା୨୧/୦୮ (ଓଡ଼ିଆ ପୁଅ) : ଆସନ୍ତାକାଲି ଅପରାହ୍ନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କର ପବିତ୍ର ଅସ୍ଥି କଳସ ଆଣି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ। ପରେ ସ୍ୱର୍ଗତଃ ବାଜପେୟୀଙ୍କର ଅସ୍ଥି କଳସକୁ ଦଳୀୟ କାର୍ଯ୍ୟାଳୟକୁ ଅଣାଯିବା ସହ ରାତିସାରା ଭଜନ କୀର୍ତନ କାର୍ଯ୍ୟକ୍ରମ କରାଯିବ। ସେହି ଦିନ ରାତିରେ ସାଧାରଣ ଲୋକ ଅସ୍ଥି କଳସକୁ ଦର୍ଶନ କରିପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଅଗଷ୍ଟ ୨୩ ତାରିଖ ଦିନ ସକାଳୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ସମେତ ଓଡିଶାର ସମସ୍ତ ନେତୃବୃନ୍ଦ ଅସ୍ଥି କଳସକୁ ଧରି ପୁରୀ ଅଭିମୁଖେ ଯାତ୍ରା କରିବେ। ସଗ୍ୱର୍ତଃ ଅଟଳଜୀଙ୍କ ପବିତ୍ର ଅସ୍ଥି ଭରବନେଶ୍ୱରରୁ ବାହାରି ଉତରା ଛକ ଦେଇ ପୁରୂଣା ପୁରୀ ରାସ୍ତା ଦେଇ ପିପିଲି, ଦାଣ୍ଡ ମୁକୁନ୍ଦପୁର, ସାକ୍ଷୀଗୋପାଳ, ଚନ୍ଦନପୁର, ଅଠରନଳାରେ ପହଂଚିବେ। ସେଠାରୁ ପୁରୀ ଅଂଚଳ ବାସୀ ଅସ୍ଥି କଳସକୁ ସ୍ୱାଗତ କରି ମହୋଦଧୀ ଅଭିମୁଖେ ଯାତ୍ରା କରିବେ ଅସ୍ଥି ବିସର୍ଜନ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ଆସନ୍ତା ଅଗଷ୍ଟ ୨୪ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ଏହି ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହି ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top