ଓଡ଼ିଶା

ଆସନ୍ତାକାଲି ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ – ଝାରସୁଗୁଡ଼ାରେ ବିଜୁ ଏକ୍ସପ୍ରେସ୍ ୱେର ଶୁଭ ଉଦଘାଟନ କରିବେ

ଭୁବନେଶ୍ୱର ୧୧-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ଝାରସୁଗୁଡ଼ାର ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ବିଜୁ ଏକ୍ସପ୍ରେସ୍ ୱେର ଶୁଭ ଉଦ୍ ଘାଟନ କରିବେ। ଓଡ଼ିଶା ସରକାରଙ୍କର ନିଜସ୍ୱ ପାଣ୍ଠିରେ ନିର୍ମିତ ହେଉଥିବା ଏହି ବିଜୁ ଏକ୍ସପ୍ରେସ ୱେ’ ରେ ୩୦୦୦ କୋଟି ଟଙ୍କା ଖର୍ଚ୍ଚର ଅଟକଳ ରଖାଯାଇଛି। ୬୫୦ କିଲୋମିଟର ଲମ୍ବ ଏହି ଏକ୍ସପ୍ରେସ ୱେ’ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନୂଆପଡ଼ା ନବରଙ୍ଗପୁର ଏବଂ କୋରାପୁଟ ଆଜି ଜିଲ୍ଲାକୁ ସଂଯୋଗ କରିବ। ଏହା ଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆର୍ଥିକ ଏବଂ ସର୍ବାଙ୍ଗୀନ ବିକାଶରେ ଏହା ଯୁଗାନ୍ତକାରୀ ଭୂମିକା ନିଭାଇବ ବୋଲି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ସବୁ ବର୍ଗର ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ହେବା ସହ ଓଡ଼ିଶାର ବିକାଶ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ଆଜି ଟ୍ୱିଟ୍ କରି ପ୍ରକାଶ କରିଛନ୍ତି।

ଏତଦ୍ ବ୍ୟତୀତ ଆସନ୍ତାକାଲି ବିଜେପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପୁର ଉପନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ବିଜୟୀ କରିଥିବାରୁ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଜେପୁର ଯାଉଥିବା ଜଣାପଡିଛି।(ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top