ଜିଲ୍ଲା ପରିକ୍ରମା

ଆସନ୍ତାକାଲି ଠାରୁ ସର୍ବ ଭାରତୀୟ ୧୯ତମ ହୃଦାନନ୍ଦ ସ୍ମାରକୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଭଦ୍ରକ, ୨୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସୂର୍ଯ୍ୟଶିଖା କ୍ଳବ ଆନୁକୁଲ୍ୟରେ ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ସର୍ବ ଭାରତୀୟ ୧୯ତମ ହୃଦାନନ୍ଦ ସ୍ମାରକୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ୧ ତାରିଖରୁ ଲୋକାଲ ଟିମ୍କୁ ନେଇ ଆରମ୍ଭ ହେବାକୁ ଯାଉଥିବା ବେଳେ ୨ୟ ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ୧୦ ତାରିଖରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୩ ତାରିଖରେ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଗୁଡିକ ଦିବାରାତ୍ର ଖେଳାଯିବ ବୋଲି ଆୟୋଜକ ସୂର୍ଯ୍ୟଶିଖା କ୍ଳବର କ୍ରୀଡା ସଂପାଦକ ବଳରାମ ଦାସ ଆଜି ଏକ ପ୍ରେସ ବିଜ୍ଞପ୍ତି ଯୋଗେ ପ୍ରକାଶ କରିଛନ୍ତି । ଲୋକାଲ ଗୃପ୍ରେ ସାଳନ୍ଦୀ କ୍ଳବ, ୟୁନିକ ଏକାଦଶ, ସୂର୍ଯ୍ୟଶିଖା କ୍ଲବ, ବଙ୍କସାହି କ୍ରିକେଟ ଏକାଡେମୀ, ଇଷ୍ଟକୋଷ୍ଟ ରେଲୱେ ଚରମ୍ପା, ଗାନ୍ଧିଜୀ କ୍ଲବ, ଚରମ୍ପା କ୍ରିକେଟ ଏକାଡେମୀ ଏବଂ ଜେସିସି କ୍ଳବ ଭାଗ ନେବେ । ଏହି ଗୃପ୍ର ସେମିଫାଇନାଲ ୬ ଓ ୭ରେ ହେବାକୁ ଥିବା ବେଳେ ଲୋକାଲ ଫାଇନାଲ ୮ ତାରିଖ ଖେଳାଯିବ । ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଓଡିଶା ପୋଷ୍ଟାଲ ଏକାଦଶ, ୟୁନିଅନ ସ୍ପୋର୍ଟିଂ କଟକ, ରାଇଜିଂ ଷ୍ଟୁଡେଣ୍ଟ୍ସ କଟକ, ଭଦ୍ରକ ଏକାଦଶ, ଛତିଶଗଡ ବିଳାସପୁରର ଫାଉଣ୍ଡେସନ ଏକାଡେମୀ, ଟାଟାର ନବଜୀବନ କ୍ଲବ, ଉତ୍ତରପ୍ରଦେଶ ବନାରସର ସାଇନ୍ କ୍ରିକେଟ ଏକାଡେମୀ, ଝାଡଖଣ୍ଡର ଟେଲ୍କୋ କସ୍ମୋ କ୍ଲବ ଭାଗ ନେଉଛି । ଏହି ପର୍ଯ୍ୟାୟର ସେମିଫାଇନାଲ୨ ୧୨ ତାରିଖ ଓ ଫାଇନାଲ ୧୩ ତାରିଖରେ ହେବ । ଗୃପ ମ୍ୟାଚ ଗୁଡିର ପ୍ରଥମ ମ୍ୟାଚ ଅପରାହ୍ନ ୨ଟା ୩୦ ଓ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୬ଟା୩୦ରେ ହେବ । ଫାଇନାଲ ମ୍ୟାଚ ସନ୍ଧ୍ୟା ୬ଟା ୩୦ରେ ହେବ ଏବଂ ଏହି ଦିନ ବହୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top