ଓଡ଼ିଶା

ପୁରୀ: ଆସନ୍ତାକାଲି ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ

ପୁରୀ:୬/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଆସନ୍ତାକାଲି ପୁରୀ ସହରରେ ଅଟୋ ଓ ରକ୍ସା ଚଳାଚଳ ବନ୍ଦ ରହିବ। ପୋଟ୍ରୋଲ ଓ ଡ଼ିଜେଲର ଅନ୍ୟାଧିକ ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ପୁରୀରେ ଅଟୋ ରିକ୍ସା ଓ ଟ୍ୟାକ୍ସି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିବ। ଜିଲ୍ଲା ଅଟୋଚାଳକ ମହାସଂଘ ଓ ଶ୍ରୀ କ୍ଷେତ୍ରରେ କ୍ଷୁଦ୍ର ପରିବହନ ଚାଳକସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ମହାସଂଘ ସଭାପତି ସିକାନ୍ତ ପରିଜା, ଦୁର୍ଗାଚରଣ ଖୁଂଟିଆ, ବସନ୍ତ କୁମାର ରାଉତ, ନିଳାଚଳ କ୍ଷୁଦ୍ରଯାନ ମାଲିକ ସଂଘ ଜଗବନ୍ଧୁ ପଣ୍ଡା ପ୍ରମୁଖ ସମ୍ମିଳନୀରେ କହିଲେ ଯେ ତୈଳଦର ବୃଦ୍ଧି ସମେତ କ୍ଷୁଦ୍ର ଯାନ ଉପରେ ଟିକସ ଦର ବୃଦ୍ଧି ପାଇଁଛି। ପେଟ୍ରୋଲ ଓ ଡ଼ିଜେଲ ଦର ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ଅଟୋରିକ୍ସା ପରିବର୍ତ୍ତେ ଓଲା ଓ ଜୁଗୁନୁ ଚଳାଚଳକୁ ସରକାର ଉତ୍ସାହିତ କରୁଛନ୍ତି। ବସଷ୍ଟାଣ୍ଡ, ରେଳଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ଥିବା ଅଟୋଷ୍ଟାଣ୍ଡ ଗୁଡ଼ିକୁ ଉଚ୍ଛେଦ କରାଯାଇଛି। ପୁରୀରେ ଓଲା ବ୍ୟବସାୟ ପାଇଁ ପ୍ରଶାସନ ଠାରୁ ଅନୁମତି ଲୋଡ଼ାଯାଇଛି। ତାହାକୁ ଅନୁମତି ଦିଆଗଲେ ୧୦, ୦୦୦ ପରିବାର ଜୀବିକା ହରାଇବେ ଏହାର ପ୍ରତିବାଦରେ ଗୁରୁବାର ଅଟୋରିକ୍ସା ଓ ଟ୍ୟାକ୍ସି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିବ ବୋଲି ସେମାନେ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top