ଓଡ଼ିଶା

ଆସନ୍ତାକାଲିଠୁ ଆରମ୍ଭ ହେବ ରାଜ୍ୟବ୍ୟାପି ମହିଳା ସୁରକ୍ଷା ଯାତ୍ରା

ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ରାଜ୍ୟର ମହିଳାମାନଙ୍କୁ ନିଜର ହକ୍ ସଂପର୍କରେ ସଚେତନତା କରାଇବା ପ୍ରସଙ୍ଗରେ

– ୭ଟି ରୁଟରେ ସଚେତନତା ବାର୍ତ୍ତା ଆରମ୍ଭ ହୋଇ ୧୪୭ଟି ନିର୍ବାଚନ ମଣ୍ଡଳୀରେ ପହଂଚିବ
– ମହିଳା ମାନଙ୍କର ସମସ୍ୟା, ଅଧିକାର ଏବଂ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ୧ କୋଟି ପରିବାରରେ ପହଂଚାଯିବ
– ୧୧ ଦିନ ମଧ୍ୟରେ ୪୫୦ଟି ସାଧାରଣ ସଭା ଅନୁଷ୍ଠିତ ହେବ

ଭୁବନେଶ୍ୱର, ତା ୧୬/୦୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆସନ୍ତା କାଲି ଠୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇ ମେ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା ସୂଚନା ଦେଇଛନ୍ତି।

୨୦୧୭ ମସିହାରେ ରାଜ୍ୟରେ ଦୁଷ୍କର୍ମ, ଯୌତୁକ ଜନିତ ହତ୍ୟା, ଆତ୍ମହତ୍ୟା ଆଦି ମାମଲା ବୃଦ୍ଧି ପାଇଛି। ଏଥି ମଧ୍ୟରୁ ମୋଟ ୨୨ଶହ ୨୧ଟି ଧର୍ଷଣ ମାମଲା, ୪ଶହ ୯୯ଟି ଯୌତୁକ ଜନିତ ହତ୍ୟା, ୧ଶହ ୨୫ଟି ଯୌତୁକ ଜନିତ ଆତ୍ମହତ୍ୟା ସହ ମୋଟ ୫ହଜାର ୫ଶହ ୬୨ଟି ଯୌତୁକ ଜନିତ ମାମଲା ପଂଜିକୃତ ହୋଇଛି।

ମହିଳାମାନେ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ବ୍ୟଭିଚାର ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ନାବାଳିକା ଦୁଷ୍କର୍ମ ଏକ ଉଦବେଗଜନକ ସ୍ଥିତିରେ ରହିଛି। ଓଡିଶା ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ।

ଜାନୁଆରୀ ୧୫ ତାରିଖରେ ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ନାଁରେ ଦଳୀୟ ଅଫିସକୁ ଏକ ବିଧବା ମହିଳାଙ୍କୁ ଡାକି ଶାସକ ବିଜେଡି ବିଧାୟକଙ୍କ ସଂପର୍କୀୟ ଦୁଷ୍କର୍ମ କରିଥିଲେ। ଗତ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଜଣେ ନବମ ଶ୍ରେଣୀର ଛାତ୍ରୀ ଫଟୋ ଉଠାଇ ଫେରୁଥିବା ସମୟରେ ୪ଜଣ ଯବାନ ପୋଷାକ ପିନ୍ଧା ଦୁର୍ବୁତଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ଦୀର୍ଘ ସମୟ ଧରି ନ୍ୟାୟ ନମିଳିବାରୁ ଜାନୁଆରୀ ୨୨ ତାରିଖରେ ନିଜ ଘରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଜାନୁଆରୀ ୨୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳରେ ଦୁଷ୍କର୍ମର ଶିକାର ଦଶମ ଶ୍ରେଣୀର ଜଣେ ନାବାଳିକା ପୁଲିସରେ ଅଭିଯୋଗ ପରେ ମଧ୍ୟ ଉଚିତ ନ୍ୟାୟ ନପାଇ ଗତ ୨୩ ଜାନୁଆରୀରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା। ଜାନୁଆରୀ ୨୭ ତାରିଖରେ ବୌଦ୍ଧ ଜିଲ୍ଲାର କଣ୍ଡାମାଳ ବ୍ଲକର କୁଡିବାହାଳି ଗାଁର ଏକ ନବମ ଶ୍ରେଣୀର ଦିବ୍ୟାଙ୍ଗ ଝିଅ ତା ପିଉସିଙ୍କ ସହ ଶୌଚ କରିବାକୁ ଯାଇଥିବା ବେଳେ ଗାଁର ଦୁଇ ଯୁବକ ନାବାଳିକା ଜଣଙ୍କୁ ଉଠାଇନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ମାର୍ଚ୍ଚ ୧୩ ତାରିଖରେ ସାଲେପୁରରେ ଜଣେ ନାବାଳିକାକୁ ଥଣ୍ଡା ପାନୀୟରେ ନିଶା ମିଶାଇ ଦିଆଯାଇ ଛାତ୍ରୀ ଜଣକ ସହ ଦୁଷ୍କର୍ମ କରାଯାଇଥିଲା ଏବଂ ଅଭିଯୁକ୍ତ ଜଣକ ତାହାର ଭିଡିଓ ରେକର୍ଡିଂ କରି ବ୍ଲାକ ମେଲ କରିବାକୁ ଛାତ୍ରୀ ଜଣକ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ। ଏ କ୍ଷେତ୍ରରେ ପୁଲିସର ବିଳମ୍ବିତ କାର୍ଯାନୁଷ୍ଠାନ ଯୋଗୁଁ ନାବାଳିକାର ଜୀବନ ଗଲା ବୋଲି ଅଭିଯୋଗ ହେଉଛି। ମାର୍ଚ୍ଚ ତାରିଖରେ ଗଜପତି ଜିଲ୍ଲା ମୋହନାରେ ଜଣେ ୧୫ ବର୍ଷୀୟ ନାବାଳିକା ତାର ପଡୋଶୀ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା। ତେବେ ଘଟଣାର ଦୀର୍ଘ ୫ ମାସ ପରେ ଥାନାରେ ଏତଲା ଦିଆଯାବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏପ୍ରିଲ ୧୩ ବାଲେଶ୍ୱର ନୀଳଗିରିରେ ଜଣେ ୪ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଅଭିଯୁକ୍ତ ଯୁବକ ଚକୋଲେଟର ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା। ବିଜେଡି ବିଧାୟକଙ୍କ ପୁତୁରା ଏହି ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା।

ଏପ୍ରିଲ ୧୩ ତାରିଖରେ ନୀଳଗିରି ଘଟଣାର ସମାନ ଦିନ ବାଲେଶ୍ୱର ସୋରୋ ଅଂଚଳରେ ସପ୍ତମ ଶ୍ରେଣୀର ଜଣେ ଝିଅ ସ୍ଥାନୀୟ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ। ଏପ୍ରିଲ ୨୦ ତାରିଖରେ ଏହି ଘଟଣାର ଠିକ ୭ ଦିନ ପରେ ସେହି ନୀଳଗିରି ଅଂଚଳରେ ୨୦ ତାରିଖ ଦିନ ବିଳମ୍ବିତ ରାତିରେ ତେଣ୍ଡା ଅଂଚଳରେ ଧାନ କ୍ଷେତ ଜଗିବା ଉଦ୍ଦେଶ୍ୟରେ ଜଣେ ମହିଳା ଆଦିବାସୀ ମଞା ଉପରେ ଶୋଇଥିବା ବେଳେ ଜଣେ ଫରେଷ୍ଟ ଗାର୍ଡ ଓ ୩ ସବୁଜ ବାହିନୀଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏପ୍ରିଲ ୧୮ ତାରିଖରେ ମୟରୁଭଞ ଜିଲ୍ଲା ଠାକୁର ମୁଣ୍ଡା ଠାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇ ମୁମୁର୍ଷ ଅବସ୍ଥାରେ ରାସ୍ତାକଡରେ ଫିଙ୍ଗିଦେଇ ଚାଲିଗଲେ ଦୁଷ୍କର୍ମକାରୀ। ଯାହା ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି କରିଥିଲା ଏବଂ ଉତ୍ୟକ୍ତ ଲୋକେ ଠାକୁରମୁଣ୍ଡା ଥାନା ଘେରାଉ କରିଥିଲେ। ଏପ୍ରିଲ ୨୧ ତାରିଖରେ ସାଲେପୁରର ଜଣେ ଛଅ ବର୍ଷର ନାବାଳିକା ଚକୋଲେଟ ଆଣିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା। ପରେ ପୀଡିତା ଜଣକ ସ୍ଥାନୀୟ ସ୍କୁଲ ପରିସରରୁ ମୁମୁର୍ଷ ଅବସ୍ଥାରେ ମିଳିଥିଲା। ପ୍ରାୟ ସପ୍ତାହରୁ ଉର୍ଦ୍ଧ୍ୱ କଟକ ବଡ ମେଡିକାଲରେ ସଂଘର୍ଷ କରିବା ପରେ ଉନ୍ନତମାନର ଚିକିତ୍ସା ଅଭାବରୁ ପୀଡିତାର ମୃତ୍ୟୁ ହୋଇଥିଲା। ଏପ୍ରିଲ ୨୫ ତାରିଖରେ ଜଗତସିଂହପୁର ପୌରାଂଚଳରେ ୧୧ ଓ ୧୪ ବର୍ଷର ଦୁଇ ଜଣ ନାବାଳକ ଜଣେ ପ୍ରଥମ ଶ୍ରେଣୀର ନାବାଳିକାକୁ ଥଣ୍ଡାପାନୀୟ ଦେବା ନାଁରେ ନିକଟରେ ଥିବା ପ୍ରାଥମିକ ସ୍କୁଲକୁ ଡାକି ନେଇ ଦୁଷ୍କର୍ମ କରିଥିଲେ। ମେ ୭ ତାରିଖରେ ଆମ୍ବ ଖାଇବାକୁ ଡାକି ନେଇ ଜଣେ ଯୁବକ ୭ ବର୍ଷର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା। ମେ ୮ ତାରିଖରେ ଚକୋଲେଟ ଓ କିଛି ଖୁଚୁରା ପଇସାର ପ୍ରଲୋଭନ ଦେଖାଇ ୯ ବର୍ଷର ଜଣେ ମାନସିକ ଅନଗ୍ରସର ନାବାଳିକାକୁ ସେହି ଗ୍ରାମର ଜଣେ ୫୫ ବର୍ଷୀୟ ବୃଦ୍ଧ ଗାଁ ନିକଟସ୍ଥ ଏକ ଜଙ୍ଗଲକୁ ଡାକିନେଇ ଦୁଷ୍କର୍ମ କରିଥିଲା। ମେ ୧୪ ତାରିଖରେ ରାଉଲକେଲା ସେକ୍ଟର-୬ ରେ ରହୁଥିବା ଜଣେ ବିବାହିତା ନାରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଘରେ ସ୍ୱାମୀ ନଥିବା ସମୟରେ ୪ ଜଣ ଅଭିଯୁକ୍ତ ଏହିଭଳି କାଣ୍ଡ ଘଟାଇଛନ୍ତି।

ଏନଏଚଏଫଏସ-୩ ତଥ୍ୟ ଅନୁସାରେ ରାଜ୍ୟର ୮.୨% ପ୍ରତିଶତ ମହିଳା ଶାରିରୀକ ଓ ଯୈାନ ହିଂସାର ଶିକାର ହେଉଛନ୍ତି। ତଥ୍ୟ ଅନୁଯାୟୀ ରାଜ୍ୟରେ ୨୦୧୩-୧୪ ବର୍ଷରେ ୧୮୨୯ ଜଣ ମହିଲା ଦୁଷ୍କର୍ମର ଶିକାର ହୋଇଛନ୍ତି, ସେହିଭଳି ୨୦୧୪-୧୫ ବର୍ଷରେ ୨୦୮୨ ଜଣ, ୨୦୧୫-୧୬ ବର୍ଷରେ ୨୩୧୩ ଜଣ ଏବଂ ୨୦୧୬-୧୭ ବର୍ଷରେ ୧୯୮୩ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ନଜିରକୁ ଆସିଛି। ୨୦୧୩ ଠାରୁ ୨୦୧୭ ପର୍ଯ୍ୟନ୍ତ ଦୁଷ୍କର୍ମ ମାମଲା କମିବା ପରିବର୍ତେ କ୍ରମାଗତ ବଢିବାରେ ଲାଗିଛି। ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ମାମଲାର ଦଣ୍ଡବିଧାନ କ୍ଷେତ୍ରରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୧୮.୯ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ମାତ୍ର ୬.୨ ପ୍ରତିଶତ ଅଛି।

ଏଥିରୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରର ନେତା ଓ ପୋଷା ଗୁଣ୍ଡା ମାନେ ମହିଳା ମାନଙ୍କ ସହ ନିର୍ଭିକ ଭାବରେ ଦୁଷ୍କର୍ମ କରିଚାଲିଛନ୍ତି। ଏତେ ଘଟଣା ପରେ ବି ରାଜ୍ୟ ସରକାର ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଶାସକ ବିଜେଡି ବଳାକ୍ରାରୀମାନଙ୍କୁ ଗିରଫ କରିବା ପରିବର୍ତେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀମତି ପରିଡା କହିଛନ୍ତି।

କାକଟପୁରରୁ ମା ମଙ୍ଗଳା ମନ୍ଦିରରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଭଦ୍ରକର ମା ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, କଟକର ମା ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମ, ସମ୍ବରପୁରର ମା ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଂଗୀତା ସିଂହଦେଓ, ସୋରଡାର ମା କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ, ଭୁବନେଶ୍ୱରର ମା ଶିଖରଚଣ୍ଡୀ ମନ୍ଦିରରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ଏହି ସୁରକ୍ଷା ଯାତ୍ରା ଆରମ୍ଭ ହେବ। ମହିଳା ସୁରକ୍ଷା ଯାତ୍ରା ମାଧ୍ୟମରେ ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବ। ଏହି ୧୧ ଦିନ ମଧ୍ୟରେ ୪୫୦ଟି ସାଧାରଣ ସଭା ଅନୁଷ୍ଠିତ ହେବ। ଏହି ସଭାରେ ମହିଳା ମାନଙ୍କର ସମସ୍ୟା, ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ମହିଳାମାନଙ୍କୁ ପ୍ରଦାନ କରାଯିବ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ସୁରକ୍ଷା ଯାତ୍ରାରେ ପ୍ରତିଦିନ କେନ୍ଦ୍ରୀୟ ମହିଳା ନେତ୍ରୀ ଉପସ୍ଥିତ ରହି ମହିଳାମାନଙ୍କୁ ସଚେତନ କରାଇବେ ବୋଲି ଶ୍ରୀମତି ପରିଡା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top