ଆଶିଷ କୁମାର ସିଂ ଦକ୍ଷିଣା-ପଶ୍ଚିମାଂଚଳର ଅତିରିକ୍ତ ଡିଆଇଜି ଦାୟିତ୍ୱ ନେଲେ

କୋରାପୁଟ ; ତା୨୩-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଦକ୍ଷିଣାଂଚଳ ଡିଆଇଜି ଆସିଷ କୁମାର ସିଂ ଆଜି କୋରାପୁଟଠାରେ ଦକ୍ଷିଣ-ପଶ୍ଚିମାଂଚଳ ରେଂଚର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି।କୋରାପୁଟଠାରେ ପହଂଚିବାପରେ ତାଂକୁ ଗାର୍ଡ ଅଫ ଅନର ଦିଆଯାଇଥିଲା।ସାମ୍ବାଦିକମାନଙ୍କ ସହ ସୈାଜନମୂଳକ ସାକ୍ଷାତକାର ପରେ ରେଂଚର ୫ ଜଣ ଏସପିମାନଙ୍କ ସହ ନକ୍ସଲ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ।କୋରାପୁଟଏସପି ଡାକ୍ତର କେ. ବିଶାଳ ସିଂ ଉପସ୍ଥିତ ଥିଲେ।

ସମାଜ ହିଂସା ଚାହେଁନି ଓ ଶାନ୍ତି ରହିଲେ ବିକାଶ ଧାରା ବୃଦ୍ଧି ପାଇବ ବୋଲି ଦକ୍ଷିଣ-ପଶ୍ଚିମାଂଚଳ ରେଂଚର ଭାରପ୍ରାପ୍ତ ଡିଆଇଜି ଆଶିଷ କୁମାର ସିଂ ପ୍ରକାଶ କରିଥିଲେ।ନକ୍ସଲମାନଙ୍କ ଅସମାଜିକ କାର୍ଯ୍ୟ ଯୋଗୁଁ ଲୋକମାନେ ସେମାନଙ୍କଠାରୁ ଦୂରେଇ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ।ନକ୍ସଲ କାର୍ଯ୍ୟାଳାପ ଧିରେ ଧିରେ କମିଯିବ ବୋଲି ସେ ପ୍ରକାଶ କରିଥିଲେ।ସାମୂହିକ ପ୍ରଚେଷ୍ଟାରେ ଶାନ୍ତିର ବାତାବରନ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ନକ୍ସଲ ଅତ୍ୟାଧୁନିକ ଶୈଳୀ ବ୍ୟବହାର କରୁଥିବା ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ସେ କହିଥିଲେ ପୋଲିସ ଏଥି ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ଅଛି।ଗଞେଇ ଚାଷ କୁ ରୋକିବା ନିମନ୍ତେ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଅଛି ଓ ମାଲକାନଗିରିରେ ଗଞେଇ ଚାଷ ନଷ୍ଟ କରି ଦିଆଇଯାଇଛି ବୋଲି ସେ ପ୍ରକାଶ କରିବା ସହ ଏହା ନିୟମିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *