ଆଶା ଭୋସଲେ ମ୍ୟୁଜିକାଲ ନାଇଟ୍ ରେ ଝୁମିଲେ ଦର୍ଶକ

ରାଉରକେଲା, ୨୦ା୯ (ଓଡିଆ ପୁଅ/ଶିବରାମ ପାତ୍ର): ବଲିଉଡ଼ କଣ୍ଠଶିଳ୍ପୀ ଆଶାଭୋସଲେଙ୍କ ଉଦେଶ୍ୟରେ ସେଚ୍ଛାସେବୀ ଅନୁଷ୍ଠାନ ଆହ୍ୱାନ ଫାଉଣ୍ଡସେନ ପକ୍ଷରୁ ଆଶା ଭୋସଲେ ଗ୍ରାଣ୍ଡ ମ୍ୟୁଜିକାଲ ନାଇଟ୍ ଉଦଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶୁରେନ୍ଦ୍ର ଦାଶ, ପ୍ରଦୂଷଣ ବୋର୍ଡ ପକ୍ଷରୁ ହେମେନ୍ଦ୍ର ନାଥ ନାଏକ, ସମାଜସେବୀ କମଲ ଅଗ୍ରୱାଲ, ଅଙ୍କିତା ଫାଉଣ୍ଡେସନର ସଭାପତି ପ୍ରଶାନ୍ତ ମାଝୀ, ସାମ୍ବାଦିକ ସତ୍ୟାନନ୍ଦ ମହାନ୍ତି, ରାଉରକେଲା ଜାଗରଣ ମଂଚର ସଭାପତି ରିଙ୍କୁ ସାମଲ, ଜର୍ଣ୍ଣାଲିଷ୍ଠ ଆସୋସିଏସନର ସଭାପତି ବିରଂଚି ନାରାୟଣ ପଟ୍ଟନାୟକ, ପ୍ରମୁଖ ମଂଚାସିନ ଥିଲେ। ଆଶା ଭୋସଲେଙ୍କ ୬୦ଦଶକରୁ ଆଧୁନିକ ଗୀତ ଯଥା:ହୋଲେ ହୋଲେ ହୋଲେ ଓ ହସିନା.. ପର୍ଦ୍ଦେ ମେଁ ରହେନେ ଦୋ…, ଝୁମକା ଗୀରାରେ… ଭଳି ଅନେକ ସୁପରହିଟ ଓ ସବୁଜ ଗୀତକୁ ଜରା ପଟ୍ଟନାୟକ, ପଦ୍ମିନୀ ପାଣିଗ୍ରାହୀ ଅନୁଗ୍ଲା ଉଟ୍ଟାଚାର୍ଯ୍ୟ, ମୋନିଷା ଉଟ୍ଟାଚାର୍ଯ୍ୟ, କେଶବ ମିଶ୍ର, ବିଜୟ ଦାଶ, ଗୀତ ପରିବେଶଣ କରିଥିଲେ। ସଙ୍ଗୀତ କାର୍ଯ୍ୟକ୍ରମକୁ ଆରଜେ କେପି ସଂଯୋଜନା ଓ ବୈଠକକୁ ଅନୀଲ ମଲ୍ଲ ଏକ ସୂତ୍ରରେ ବାନ୍ଧି ରଖିଥିଲେ। ଏହି ଅବସରରେ ‘ଯୁ୍ୟତୁଥ୍ ଆଇକନ’ ଆୱାର୍ଡ ସମାଜସେବୀ ତଥା କଣ୍ଠଶିଳ୍ପୀ ଅନନ୍ୟ ଅନୁ ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଫାଉଣ୍ଡସନର ସଭାପତି ରୋହିତ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ହିିତେନ୍ଦ୍ର ସାହି କାର୍ଯ୍ୟକ୍ରମ ବିବରଣୀ ପ୍ର୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଙ୍ଗୀତା ଜେନା, ମୋନାଲିସା ସାହୁ, ଉତମବେହେରାଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *