ଆଶାକର୍ମୀ ସଂଘ ୨୭ ରୁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଧାରଣା ଦେବେ

ପୁରୀ, ୨୩/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମଙ୍ଗଳବାର ମଧ୍ୟାନ ୧୨ଟା ସମୟରେ ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୧ ତମ ଜୟନ୍ତୀ ପାଳିତ କରାଯାଇଥିଲା। ଏଥିସହ ଆଶାକର୍ମୀ ସଂଘ ପକ୍ଷରୁ ସେମାନଙ୍କର ବିଭିନ୍ନ ଦାବି ସଂପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତ ନଭେମ୍ବର ୧୭ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଅହୋରୋହ ଧାରଣା ଦିଆଯିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ୧ ମାସ ପରେ ସେମାନଙ୍କର ଦାବି ପୂରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ସି.ଟୁ, ଏଆଟିୟୁଓି ମିଳିତ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଗତ ୧୮.୧.୨୦୧୮ ରେ ମନ୍ତ୍ରୀ ସହ ଆଲୋଚନା କରିବା ପରେ ମନ୍ତ୍ରୀ ମାସିକ ପାରିଶ୍ରମିକ ଦେଇପାରିବେ ନାହିଁ ବୋଲି କେବଳ କିଛି ପ୍ରୋତ୍ସାହନ ରାଶି ବଢାଇବା ବୋଲି କହିବା ପରେ ସଂଘ ଏ ପ୍ରତିଶୃତିରେ ସହମତି ନହୋଇ ଆସନ୍ତା ୨୭ ତାରିଖ ଠାରୁ ସାରା ରାଜ୍ୟର ଆଶାକର୍ମୀମାନେ ଭୁବନେଶ୍ୱର ଲୋୟର ପିଏମଜି ଛକରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରେଣାରେ ବସିବେ। ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ଆଜି ଅନୁଷ୍ଠିତ ସାସ୍ୱାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ଆଶା କର୍ମୀ ସଂଘର ସଭାପତି ପିତବାସ ବୋହେରା ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ଦେଓ, ବନବାସିନୀ ମହାପାତ୍ର, ପରେଶ କୁମାର ଜାଲି, ଶାନ୍ତିଲତା ପ୍ରଧାନ ପ୍ରଭାତୀ ଦେଇ, ଉମାମଣି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *