ଓଡ଼ିଶା

ଆଶାକର୍ମୀ ଏବଂ ଆଶା ସହାୟିକାଙ୍କୁ ମିଳିବ ବୀମା ସୁବିଧା: ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ଆଶା ସହାୟିକାଙ୍କ ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ
– ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚ ୨୫୦ରୁ ୩୦୦କୁ ବୃଦ୍ଧି
– ଆଶାକର୍ମୀ ଏବଂ ଆଶା ସହାୟିକାଙ୍କୁ ମିଳିବ ବୀମା ସୁବିଧା

ନୂଆଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ଆଶା ସହାୟିକାଙ୍କ ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚକୁ ପ୍ରତି ଗସ୍ତ ପିଛା ୨୫୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହା ଅକ୍ଟୋବର ୨୦୧୮ (ନଭେମ୍ବର, ୨୦୧୮ରୁ ପଇଠ କରାଯିବ)ଠାରୁ ଲାଗୁ ହେବ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଉପରୋକ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଆଶା ସହାୟିକା ମାସିକ ପାଖାପାଖି ୨୦ଟି ପର୍ଯ୍ୟବେକ୍ଷଣ ଗସ୍ତ କରିଥାନ୍ତି। ଗସ୍ତ ଖର୍ଚ୍ଚରେ ପ୍ରସ୍ତାବିତ ବୃଦ୍ଧି ଫଳରେ ସେମାନେ ମାସିକ ୬ ହଜାର ଟଙ୍କା ପାଇପାରିବେ। ପୂର୍ବରୁ ସେମାନେ ୫ ହଜାର ଟଙ୍କା ପାଉଥିବା ବେଳେ ଏବେ ଏଥିରେ ୧ ହଜାର ଟଙ୍କାର ବୃଦ୍ଧି ଘଟିଛି।

ଆଶା ଲାଭ ପ୍ୟାକେଜର ଅଂଶବିଶେଷ ସ୍ୱରୂପ ଆଶା ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି।

ଉତମ ପ୍ରଦର୍ଶନ ପାଇଁ ଆଶା ସହାୟିକାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ସେମାନଙ୍କ ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚକୁ ପ୍ରତି ଗସ୍ତ ପିଛା ୨୫୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଅକ୍ଟୋବର ୨୦୧୮ ଠାରୁ ଲାଗୁ ହେବ ଯାହାକୁ ସେମାନେ ନଭେମ୍ବର ୨୦୧୮ ଠାରୁ ପାଇପାରିବେ।

ଗସ୍ତ ଖର୍ଚ୍ଚରେ ଏହି ବୃଦ୍ଧି ଫଳରେ ଆଶା ସହାୟିକାମାନେ ମାସିକ ୬୦୦୦ ଟଙ୍କା ପାଇପାରିବେ ପୂର୍ବରୁ ସେମାନେ ମାସିକ ୫ ହଜାର ଟଙ୍କା ପାଉଥିଲେ ଏବେ ସେଥିରେ ୧୦୦୦ ଟଙ୍କା ବୃଦ୍ଧି ହୋଇଛି।

ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ବର୍ତମାନର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ସଂସ୍ଥାଗତ ମେକାନିଜମ ଉପଯୋଗ କରାଯିବ।

ଏହି ପ୍ରସ୍ତାବିତ ବୃଦ୍ଧି ଲାଗି କେନ୍ଦ୍ରୀୟ ଅଂଶଧନ ସ୍ୱରୂପ ଅତିରିକ୍ତ ୪୬.୯୫ କୋଟି ଟଙ୍କାର ରାଜସ୍ୱ ବ୍ୟୟ କରାଯିବ। ୨୦୧୮-୧୯ ବର୍ଷ ଲାଗି (ପ୍ରଥମ ୬ ମାସରେ) ୧୫.୬୫ କୋଟି ଟଙ୍କା ଏବଂ ୨୦୧୯-୨୦ରେ ୩୧.୩୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଲାଭ :

– ୪୧, ୪୦୫ ଆଶା ସହାୟିକା ଉପକୃତ ହେବେ
– ୧୯.୯.୨୦୧୮ରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତି ଅନୁଯାୟୀ ମିଳୁଥିବା ନିମ୍ନୋକ୍ତ ଲାଭ ଠାରୁ ଏହି ଅତିରିକ୍ତ ଲାଭ ମିଳିବ।
– ୧୦, ୬୩, ୬୭୦ ଆଶାକର୍ମୀ ଏବଂ ଆଶା ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନକୁ ଅଣାଯାଇଛି।
– ନିୟମିତ ଏବଂ ପୁନଃପୌନିକ ପାରିଶ୍ରମିକକୁ ମାସିକ ୧ ହଜାର ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ଯାହାଦ୍ୱାରା ୧୦, ୨୨, ୨୬୫ ଜଣ ଆଶା କର୍ମୀ ଉପକୃତ ହେବେ।
– ପାଖାପାଖି ୨୭, ୦୦, ୦୦୦ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାଙ୍କ ପାରିଶ୍ରମିକରେ ବୃଦ୍ଧି।
– ସେପ୍ଟେମ୍ବର, ୨୦୧୮ରେ ଅନୁମୋଦିତ ହୋଇଥିବା ଆଶା ଲାଭ ପ୍ୟାକେଜର ଅଂଶବିଶେଷ ସ୍ୱରୂପ ଏହା କାର୍ଯ୍ୟକାରୀ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top