ଆଶାକର୍ମୀଙ୍କ ଦାବୀପତ୍ର

ଯାଜପୁର-୧୩/୧୧(ଓଡିଆ ପୁଅ/ଏ.ରାଉତ) – ଓଡ଼ିଶାରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କୁ ଅଧିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦେ୍ଦଶ୍ୟରେ ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଏନ୍.ଆର.ଏଚ୍.ଏମ୍.ର ଅଂଶବିଶେଷଭାବେ ଏହି ଜନନୀ ସୁରକ୍ଷା ଯୋଜନାର ସଫଳତା ପାଇଁ ଗ୍ରାମାଞ୍ଚଳରେ ରାଜ୍ୟ ସରକାର ଆଶାକର୍ମୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଆଶାକର୍ମୀମାନେ ସେମାନଙ୍କର ଦାୟିତ୍ୱ ଠିକ୍ଭାବେ ନିର୍ବାହ କରୁଥିବାବେଳେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ଦୂରୀକରଣ ନିମନ୍ତେ ରାଜ୍ୟ ସରକାର ଧ୍ୟାନ ଦେଉନଥିବାରୁ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ନିଦେ୍ର୍ଦଶକ୍ରମେ ଯାଜପୁର ଆଶାକର୍ମୀ ସଂଘ ୧୨ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସୋମବାର ଦିନ ଜିଲା ପ୍ରଶାସନକୁ ପ୍ରଦାନ କରିଛନ୍ତି । ଦାବୀ ଅନୁଯାୟୀ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ବେତନ ସହ ଅତିରିକ୍ତ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି, ଆଶା କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷା ଦିଆଯାଇ ଇ.ପି.ଏଫ୍, ଇ.ଏସ୍.ଆଇ., ପେନସନ୍ ଏବଂ ଗ୍ରାଚୁ୍ୟଟି ଯୋଗାଇ ଦିଆଯାଉ । ଆଶା କର୍ମଚାରୀମାନେ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କର ଦୁର୍ଘଟଣାଜନିତ ବା ସାଧାରଣ ମୃତୁ୍ୟ ଘଟିଲେ ୫ ଲକ୍ଷ ଟଙ୍କା ମୃତୁ୍ୟକାଳୀନ ସହାୟତା ରାଶି ଯୋଗାଇ ଦିଆଯାଉ । ଆଶା କର୍ମଚାରୀମାନଙ୍କୁ ବୀମାଭୁକ୍ତ କରାଯାଉ । ଆଶା କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅବସର ଦିଆଯିବା ସମୟରେ ୨ ଲକ୍ଷ ଟଙ୍କାର ଅବସରକାଳୀନ ସହାୟତା ରାଶି ପ୍ରଦାନ କରାଯାଉ । ଶିକ୍ଷିତା ଆଶା କର୍ମଚାରୀମାନଙ୍କୁ ଟୀକାକରଣ ନିମନ୍ତେ ତାଲିମ୍ ଦେବାର ବ୍ୟବସ୍ଥା କରାଯାଉ । ଯୋଗ୍ୟତାଧାରୀ ଆଶାକର୍ମୀମାନଙ୍କୁ ନିର୍ଦ୍ଧିଷ୍ଟ ବୟସସୀମା ହଟାଯାଇ ଏ.ଏନ୍.ଏମ୍. ପଦବୀରେ ନିଯୁକ୍ତ ଦେବା ସମୟରେ ପ୍ରାଥମିକତା ପ୍ରଦାନ କରାଯାଉ । ନିର୍ଦ୍ଧିଷ୍ଟ ବୟସସୀମାକୁ ହଟାଯାଇ ଯୋଗ୍ୟତାଧାରୀ ଆଶାକର୍ମୀମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ । ଆଶା କର୍ମଚାରୀମାନଙ୍କୁ ବର୍ଷରେ ଦୁଇହଳ ପୋଷାକ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ । ଆଶାକର୍ମୀମାନଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ରାମସ୍ଥଳର ବ୍ୟବସ୍ଥା କରାଯାଉ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସହନ ରାଶି ବୃଦ୍ଧିର ପୁନଃବିଚାର କରାଯାଉ ଦାବୀ ନେଇ ଯାଜପୁର ଆଶାକର୍ମୀ ସଂଘର ସଭାନେତ୍ରୀ ଗୋଲାପ ଧଳ, ସମ୍ପାଦିକା ମମତା ମହାନ୍ତିଙ୍କ ନେତୃତ୍ୱରେ ଆଶାକର୍ମୀମାନେ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲା ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *