ଅନୁଗୁଳ

ଆଶପଣ୍ଡରୁ ପାଉଁଶ ଉଡ଼ିବା ସମସ୍ୟାର ପ୍ରତିକାର ପାଇଁ ଦାବି

ଅନୁଗୋଳ, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାମାନ୍ୟ ପବନ ହେଲେ ଏନ୍.ଟି.ପି.ସି କଣିହାଁର ଆଶପଣ୍ଡରୁ ପାଉଁଶ ଉଡ଼ି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବାସହ ଆଖପାଖ ଅଂଚଳରେ ପଡ଼ି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। କଣିହାଁ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କି.ମି ଦୂରରେ ଏହି ଆଶପଣ୍ଡ ଅବସ୍ଥିତି ଥିବାବେଳେ ଏହା କଣିହାଁଠାରୁ ଡେରେଙ୍ଗ ପର୍ଯ୍ୟନ୍ତ ଲମ୍ଭିଛି। ତେବେ ସାମାନ୍ୟ ପବନରେ ଏଥିରୁ ପାଉଁଶ ଉଡ଼ି ପ୍ରାୟ ୨୦କିମି ପାଶ୍ୱର୍ବର୍ତ୍ତୀ ସ୍କୁଲ, କଲେଜ, ଡାକ୍ତରଖାନା ଏବଂ ଜନବସତି ଅଂଚଳରେ ବ୍ୟାପି ଏକ ପ୍ରଦୁଷିତ ବାତାବରଣ ସୃଷ୍ଟି କରୁଛି। ଏ ସମ୍ପର୍କରେ କଣିହାଁ ପଂଚାୟତ ସମିତି ସଭ୍ୟ ଦେବେନ୍ଦ୍ର ବାରିକ୍ ଏକ ସ୍ମାରକପତ୍ର କଣିହାଁ ତହସିଲଦାରଙ୍କ ଜରିଆରେ ଅନୁଗୋଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଉଡ଼ନ୍ତା ପାଉଁଶ ପ୍ରଭାବରେ ସ୍ଥାନୀୟ ଲୋକେ କିଡ଼ନି, ହାର୍ଟ ଏବଂ ବିବିଧ ଚର୍ମରୋଗର ଶୀକାର ହେଉଛନ୍ତି। ଚାରିଆଡ଼େ ପାଉଁଶ ଉଡ଼ିବାରୁ ଲୋକେ ଅଣନିଶ୍ୱାସୀ ହୋଇ ପଡ଼ୁଛନ୍ତି। ଏପରିକି ଜୀବଜନ୍ତୁ ଏବଂ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେଉଛନ୍ତି। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରୁନାହିଁ। ଏହାର ସମାଧାନ ତଥା ନିରାକରଣ ନିମନ୍ତେ ପ୍ରଶାସନ କିମ୍ବା ଏନ୍.ଟି.ପି.ସି କଣିହାଁ କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ନିଆ ଯାଉନାହିଁ ବୋଲି ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି। ଆଗାମୀ ୭ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରାନଗଲେ ଆସନ୍ତା ୨୦ତାରିଖରେ କଣିହାଁ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି କଣିହାଁ ପଂଚାୟତ ସମିତି ସଭ୍ୟ ଦେବେନ୍ଦ୍ର ବାରିକ୍ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top