ଓଡ଼ିଶା

ଆଲୁମିନା ନାବାଳିକା ଉଚ୍ଚବିଦ୍ୟାଳୟରେ ପାଠ ପଡ଼ା ବନ୍ଦ ଯୋଗୁଁ ଆଦିବାସୀ ଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାକାର ମୟ

କୋରପୁଟ:୨୦/୯/୧୮(ଓଡ଼ିଆପୁଅ/ଅଭିନାଶ ଜାନାମ)ଜିଲାରକୋରପୁଟ ବ୍ଲକଅଧିନସ୍ଥ ମା ଥାଲପୁଟଲିଟିଗୁଡା ଆଲୁମିନା ନାବାଳିକା ଉଚ୍ଚ ବିଦ୍ୟାଳୟ ବିଗତ କାଲି ଠାରୁ ପାଠ ପଢା ବନ୍ଦ ହୋଇଯାଇଛି।ଓଡ଼ିଶା ସ୍କୁଲ, କଲେଜ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା କରାଯାଇଥିବା ଖବର ମିଳିଛି।ଖବର ଅନୁଯାୟୀ ଲିଟିଗୁଡା ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟ୧୯୯୮ମସିହାରେ ମାଥାଲପୁଟଠାରେ ସ୍ଥାପିତ ହୋଇଥିଲା।ସ୍ଥାନୀୟ ତଥା ନାଳକ ପାରିପାର୍ଶ୍ବିକ ଅଞ୍ଚଳର ଗରିବ ଆଦିବାସୀ ବାଳିକା ମାନେ ଏହି ବିଦ୍ୟାଳୟ ରେ ପଡ଼ି ଆସୁଛନ୍ତି।ଏହା କୋରପୁଟ ବ୍ଲକ ର ଏକମାତ୍ର ଅଣଅନୁଦାନପ୍ରାପ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ୨୦୦୦ମସିହାରେ ରାଜ୍ୟସରକାର ଙ୍କ ପକ୍ଷରୁ ପ୍ରମିସନ ଦିଆଯାଇଥିଲା।ବର୍ତ୍ତମାନ ଏହିବିଦ୍ୟାଳୟ ରେ ଅଷ୍ଟମ ନବମ ଦଶମ ମିଶି୧୫୭ଜଣ ଆଦିବାସୀ ଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି।ତନ୍ମଧ୍ୟରୁ୧୧୦ଜଣ ଛାତ୍ରୀ ବିଦ୍ୟାଳୟ ହଷ୍ଟେଲ ରେ ପାଠ ପଡୁଛନ୍ତି।ଏହି ବିଦ୍ୟାଳୟ କୁ ସରକାର ଅନୁଦାନ ମିଳିଥିବାବେଳେ ଛାତ୍ରୀ ମାନଙ୍କୁବୋହି ଖାତା ପୋଷାକ ସାଇକେଲ କିମ୍ବା ମଧ୍ୟହ୍ନ ଭଜନ ଅଦିମିଳୁନାହିଁ।ପିଲାମାନେ ନିଜସ୍ୱଖର୍ଚ୍ଚକରି ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ୮୦ରୁ୯୦ଭାଗ ରେଜଲ୍ଟ ହୋଇପାରୁଛି।ଶିକ୍ଷାଦାନ ପାଇଁ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ୪ଜଣ ଅଣ ଶିକ୍ଷକ ଦୀର୍ଘ୨୦ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ ରେ ବିଦ୍ୟାଳୟ ରେ ବିନା ଦରମା ରେ କାର୍ଯ୍ୟ କରିଆସୁଛନ୍ତି।ତେବେ ସମଗ୍ର ରାଜ୍ୟରେ ଓଡିଶା ଟିଚରସ ଆସିସିଏନ ଆହ୍ୱାନ କ୍ରମେ ସ୍କୁଲ ଓ କଲେଜ ମିଳିତ ମଞ୍ଚ ପକ୍ଷରୁ ବିଦ୍ୟାଳୟ ଗୁଡିକ ବନ୍ଦ କରାଯାଇଛି।ବିଗତ କାଲି କୋରପୁଟ ଜିଲ୍ଲାର ଓସ୍ତା ସଙ୍ଘ ପକ୍ଷରୁ ଏହି ବିଦ୍ୟାଳୟ କୁ ବନ୍ଦ କରିବା ପାଇଁ ଚାପ ପ୍ରୟୋଗ କରାଯିବା ପରେ ଗତକାଲି ଠାରୁଏହି ବିଦ୍ୟାଳୟ ବନ୍ଦ କରାଯାଇ ଥିବାଏହି ବିଦ୍ୟାଳୟ ର ପ୍ରଦାନ ଶିକ୍ଷକ ଦାଇତ୍ୱ ରେ ଥିବା ରବୀନ୍ଦ୍ର ସାହୁ କହିଛନ୍ତି।ଯଦି ଏହି ବିଦ୍ୟାଳୟ ବନ୍ଦ ହୁଏ ତେବେ ତେବେ ଆଦିବାସୀ ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ମୟ ହୋଇଯିବ ବୋଲି ଅଭିବାବକ ମହଲରେ ଚିନ୍ତାର କାରଣ ହୋଇଛି।ଏହି ବିଦ୍ୟାଳୟ ରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଟାଙ୍ଗୀ ବିଧାୟକ ପ୍ରପୁଲ ପାଙ୍ଗି ସଭାପତି ଥିବାବେଳେ ଏହି ବିଦ୍ୟାଳୟ କୁ ସରକାର ଅନୁଦାନ ମଳିପାରୁନଥିବାରାଜ୍ୟ ସରକାର ଶିକ୍ଷା ନୀତିଆଦିବାସି ନାବାଳିକା ମାନଙ୍କ ପାଇଁ ଶିକ୍ଷିତ କରାଯିବ ଉପରେ ପ୍ରଶ୍ନ ବାଛି ସୃଷ୍ଟି କରିଛି।ଆସନ୍ତା ଅକ୍ଟୋବର୩ତାରିଖରେ ପରିଟେଷ୍ଟ ପରୀକ୍ଷା ଥିବାବେଳେ ସ୍କୁଲ ରେ ପାଠପଡା ବନ୍ଦ ଯୋଗୁଁ ଛାତ୍ରୀ ମାନେ ଚିନ୍ତରେ ପଡିଯାଇଛନ୍ତି ତୁରନ୍ତ ଏହି ବାଳିକାଉଛବିଦ୍ୟାଳୟକୁ ସରକାରୀ ଅନୁଦାନ ପ୍ରଦାନ କରାଯିବ କୁ ପରିଚାଳନା କମିଟିର ଉପସଭାପତି-ହରି ବନ୍ଧୁ ବିଶ୍ୱାଳ ସଂପାଦକ-ଦାମଧର ଜାନୀକୋରପୁଟ ବ୍ଲକ ଉପାଧ୍ୟକ୍ଷ-ମୁରୁଲି ଖରାପ୍ରମୁଖ ଙ୍କ ସହ ପରିଚାଳନା କମିଟି ର କର୍ମକର୍ତ୍ତା ସଦସ୍ୟ ଛାତ୍ରୀ ମାନେ ଓ ଅଭିବାବକ ମହଲରୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top