ଆର.ଏଫ୍. କ୍ରିକେଟ୍ କପ୍, ଚହଟା ଚମ୍ପିଆନ

ଯାଜପୁର, ୭/୧(ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ କଦଳା ହରିଦାସପୁର ସେବା ସମିତି ପଡିଆରେ ଚାଲିଥିବା ରୟାଲ ଫ୍ରେଣ୍ଡ୍ସ୍ କ୍ରିକେଟ କପ ରବିବାର ଉଦଯାପିତ ହୋଇଯାଇଛି। ଆଜିର ମ୍ୟାଚ ଖଣ୍ଡାସ ଏବଂ ଚହଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ୍ ଜିତି ଖଣ୍ଡାସ ଦଳ ନିର୍ଦ୍ଧାରିତ ୧୩ଓଭରରେ ୬ୱକେଟ ହରାଇ ୧୮୭ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଚହଟା ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ବିଜୟ ଲାଭ କରିଥିଲା। ଖଣ୍ଡାସ ଦଳ ପକ୍ଷରୁ ଉତ୍ତମ ଖେଳ ପଦର୍ଶନ ପାଇଁ ନାଜିର ଇମ୍ରାନଙ୍କୁ ମ୍ୟାନ ଅଫ ଦି ସିରିଜ୍ ଏବଂ ଚହଟା ଦଳର ସଂଗ୍ରାମ ମାହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲ। ଆଜିର ଖେଳକୁ ମୃତ୍ୟୁଞ୍ଜୟ ବରାଳ ଏବଂ ସୁଧିର ଜେନା ପରିଚାଳାନା କରିଥିବା ବେଳେ ସୁଭମ ପରିଡା, ବଂଣ୍ଟି ସାମଲ, ସାର୍ଥକ ସାମଲ, ସନ୍ତୋଷ ରାଉତ, ରଜତ ଖୁଂଟିଆ, ପିଣ୍ଟୁ ରାଉତ, ଟୁଲୁ ରାଉତ, ବିପି ସାମଲ, ରକି ସାମଲ, ବୁବୁ ସାହୁ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଖେଳକୁ ଅତିଥି ଭାବରେ ହରିଦାସପୁର ସମାଜସେବୀ ରୁପେଶ ଭଦ୍ର, ଡାକ୍ତର ସିତାଂଶୁ ଶେଖର କର, ସମାଜସେବୀ ଗବେଷକ ମାନସ କୁମାର ରାଉତ, ଦେବାଶିଷ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ଦଳ ସହ କୃତି ଖେଳଳୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଟୁର୍ଣ୍ଣାମେଂଟରେ ସ୍ୱଚ୍ଛାସେବୀ ଭାବେ ମଣ୍ଟୁ ପାତ୍ର ଏବଂ ବାପୁ ସ୍ୱାଇଁଙ୍କ ଟ୍ରଫି ପ୍ରଦାନ କରାଯାଇଥିଲ।

Leave a Reply

Your email address will not be published. Required fields are marked *